ଆଖି ବୁଜିଲା ନିଷ୍ପାପ ଦେଢ ବର୍ଷର ଶିଶୁ କନ୍ୟା । ଚିକିସôା ଅବହେଳାରୁ ବୁଧବାର ବିଳମ୍ବିତ ରାତିରେ ହସ୍ପିଟାଲରେ ତାର ମୃତୁ୍ୟ ହୋଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦର ମହାକୁମା ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ । ପରିବାର ଲୋକଙ୍କ କହିବା କଥା , ସୋମବାର ଶିଶୁଟିର ଦେହ ଖରାପ ହେବାରୁ ତାକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଚିକିସôା କରିବା ବଦଳରେ ଦୁର୍ବ୍ୟବହାର କରିଥିଲେ । ଏହି ସମୟରେ କଣ ଆଣିବା କଥା କହି ଡାକ୍ତର ନିଜ ମୋବାଇଲ ଫୋନରେ  ବ୍ୟସ୍ତ ରହିଲେ ।  ଶିଶୁଟିର ଘରଲୋକ ଓ ସମ୍ପର୍କୀୟମାନେ କାକୁତିମିନତୀ ହେଲାପରେ ଶିଶୁଟିକୁ ଚିକିସôା କରିଥିଲେ ଡାକ୍ତର ସତ କିନ୍ତୁ ରକ୍ତ ପରୀକ୍ଷା ପାଇଁ ପଠା ଯାଇଥିବା ରିପୋର୍ଟ  ଆଜିଯାଏ ଆସିପାରିଲା ନାହିଁ । ବୁଧବାର ଦିନ ଶିଶୁଟିର ଦେହ ଅତ୍ୟନ୍ତ ଗୁରୁତର ହେବାରୁ ବିଳମ୍ବିତ ରାତିରେ ଶିଶୁଟି ଆଖି ବୁଜି ଦେଇଥିଲା ।ଏହି ଘଟଣା ଉପାନ୍ତ ଅଞ୍ଚଳରେ ଚାଲିଥିବା ସ୍ୱାସ୍ଥ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଛି

LEAVE A REPLY

Please enter your comment!
Please enter your name here