ମୁଁ ଏମଏଲଏ ଅର୍ଡର ଦେଉଛି, ପାଞ୍ଚ ମିନିଟରେ ଶହେଥର ବସ୍ ଉଠ୍ ହୁଅ । ନଚେତ୍ ଲୋକେ ନିସ୍ତୁକ ପିଟିବେ । ଏ ହେଉଛି ପୂର୍ତ୍ତ ବିଭାଗର ଜନୈକ ଯନ୍ତ୍ରୀଙ୍କୁ ପାଟଣାଗଡର ନବନିର୍ବାଚିତ ବିଧାୟକଙ୍କ ନିଦେ୍ର୍ଦଶ । ସର୍ବସାଧାରଣରେ ବିଧାୟକ ସରୋଜ ମେହେର ଏଭଳି ନିଦେ୍ର୍ଦଶ ଦେଉଛନ୍ତି । ଆଉ ହାତ ଯୋଡି ଭୁଲ ମାଗୁଛନ୍ତି ସଂପୃକ୍ତ ଯନ୍ତ୍ରୀ । ରାସ୍ତାନିର୍ମାଣରେ ନିମ୍ନମାନର କାମ ହୋଇଥିବା ଅଭିଯୋଗରେ ବିଧାୟକ ସର୍ବସାଧାରଣରେ ଏଭଳି କଙ୍ଗାରୁ କୋର୍ଟ କରି ଯନ୍ତ୍ରୀଙ୍କୁ ଦଣ୍ଡିତ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିଧାୟକଙ୍କ ନାଲି ଆଖିରେ ବସ୍ ଉଠ୍ ହେଉଛନ୍ତି ଯନ୍ତ୍ରୀ । ଏ ହେଉଛି ବିଧାୟକଙ୍କ କଙ୍ଗାରୁ କୋର୍ଟର ଦୃଶ୍ୟ । ପାଞ୍ଚ ମିନିଟରେ ଶହେଥର ଉଠ୍ ବସ୍ ନହେଲେ ଲୋକେ ନିସ୍ତୁକ ପିଟିବେ ବୋଲି କହୁଛନ୍ତି ବିଧାୟକ । ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହେବା ପରେ ପ୍ରଶ୍ନ ଉଠୁଛି, ଜଣେ ସରକାରୀ ଅଧିକାରୀଙ୍କୁ ଏମିତି ସର୍ବସାଧାରଣରେ ଦଣ୍ଡିତ କରିବାକୁ ବିଧାୟକଙ୍କ ୁ ଅଧିକାର ଦେଲା କିଏ ।

LEAVE A REPLY

Please enter your comment!
Please enter your name here