ମଲେ ମରିବୁ କିନ୍ତୁ ଟିକା ନବୁନି । ଆପଣ ଯାହାକୁ ଡାକିବା କଥା ଡାକନ୍ତୁ । ବୁଝାଇ ବୁଝାଇ ଶେଷରେ ନିରାଶ ହୋଇ ଫେରିଗଲେ ମେଡିକାଲ ଷ୍ଟାଫ । ଏଠି ଘରେ ଘରେ ପଡିଛି ତାଲା । ଗାଁ ଯେମିତି ଶୂନଶାନ୍ । ଯେଉଁଠି କାଭାଁ ଲୋକ ଅଛନ୍ତି ସେମାନଙ୍କର ଟିକା ଟେନସନ୍ । ଏଠି ଲୋକଙ୍କୁ ଘାରିଛି ଟିକା ଭୟ । ଗାଁକୁ ଭ୍ୟାକସିନ୍ ଆସିଛି କଥା ଶୁଣିଲେ ଲୁଚିଛପି କିଛି ଲୋକ ଗାଁ ଛାଡି ଚାଲି ଯାଉଛନ୍ତି । ଏମାନେ ଭାବୁଛନ୍ତି ଯେ, ଟିକା ନେଲେ କୁଆଡେ ଲୋକେ ମରି ଯାଉଛନ୍ତି । ମେଡିକାଲ ଟିମ୍ ଦେଖିକି ତ ଚମକି ପଡୁଛନ୍ତି ଏଠିକାର ଲୋକେ । ରାୟଗଡା ଜିଲ୍ଲା କୋଲନରା ବ୍ଲକ କୈଳାଶପୁର ପଞ୍ଚାୟତର ଚମ୍ପାକୋଣା, ଗୁନାଖାଲ,ଥେରୁବଳୀ ଗାଁର ଦୃଶ୍ୟ । ସ୍ୱାସ୍ଥ୍ୟ ବିଭାଗ ଟିମ୍ ବୁଝାଇ ବୁଝାଇ ନୟାନ୍ତ ହେଉଥିଲେ ବି ଟିକା ଦେଇ ନ ପାରି ଫେରୁଛନ୍ତି । ଟିକା ନେଲେ ଜର ହେଉଛି ଏବଂ କିଛିଲୋକ କୁଆଡେ ମରି ଯାଉଛନ୍ତି ବୋଲିଏମାନଙ୍କ ମନରେ ଧାରଣା ରହିଛି । ମନେ ହେଉଛି, କରୋନାକୁ ନେଇ ସରକାରଙ୍କ ସଚେତନତା ଅଭିଯାନର ପ୍ରଭାବ ଏଠି କିଛି ପଡିନି । ।

LEAVE A REPLY

Please enter your comment!
Please enter your name here