ଆଜି ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହା ଫଳରେ ଶ୍ରୀଜଗନ୍ନାଥ ଜମି ଭୋଗ କରୁଥିବା ବ୍ୟକ୍ତି ରାଜ୍ୟ ସରକାରଙ୍କ ବିନା ହସ୍ତକ୍ଷେପରେ ଜମି ହସ୍ତାନ୍ତରୀକରଣ କରିପାରିବେ । ଏଥିପାଇଁ ଆଉ ସବୁ କ୍ଷେତ୍ରରୁ ଅନୁମତି ଆଣିବାକୁ ପଡିବ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ସହ ସଂପୃକ୍ତ ଜଣେ ବରିଷ୍ଠ ଅଧିକାରୀଙ୍କୁ ଏଥିପାଇଁ କ୍ଷମତା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହା କାର୍ଯ୍ୟକାରୀ ହେଳେ ବର୍ଷ ବର୍ଷ ଧରି ଶ୍ରୀଜଗନ୍ନାଥ ଜମି ଭୋଗ କରୁଥିବା ବ୍ୟକ୍ତି ଚାହିଁଲେ ସହଜରେ ଜମି ବିକ୍ରି କରିପାରିବେ ।

LEAVE A REPLY

Please enter your comment!
Please enter your name here