ରାଜ୍ୟ ବିଜେଡିକୁ ଟକ୍କର ଦେବା ଲାଗି ବିଜେପିର ଜୋରଦାର ପ୍ରୟାସ । କେନ୍ଦ୍ରର ହେଭିଓ୍ବେଟ ନେତାଙ୍କ ସାଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଚାରରେ ଯୋଗ ଦେଉଛନ୍ତି । ଶୁକ୍ରବାର ଜୟପୁରଠାରେ ଭାଜପା ପକ୍ଷରୁ ଆୟୋଜିତ ପ୍ରଥମ ନିର୍ବାଚନୀ ପ୍ରଚାର ସଭାରେ ମୋଦି ଯୋଗଦେଇଥିବା ବେଳେ ସେ ପୁଣି ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସୂଚନାନୁଯାୟୀ, ମୋଦି ଏପ୍ରିଲ ୬ରେ ପୁଣି ଓଡ଼ିଶା ଆସିବେ। ଏହି ଗସ୍ତ କାଳରେ ସେ ସୁନ୍ଦରଗଡ଼ରେ ଆୟୋଜିତ ସାଧାରଣ ସଭାକୁ ଉଦ୍‌ବୋଧନ ଦେବେ। ତେବେ ପୂର୍ବରୁ ମୋଦି ଆସନ୍ତା ୨ରେ କଳାହାଣ୍ଡି ଆସିବେ ବୋଲି ନିର୍ଦ୍ଧାରିତ ହୋଇଛି।

 

LEAVE A REPLY

Please enter your comment!
Please enter your name here