ହାତରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଧରି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର କରିଥିବା ନିର୍ବାଚନୀ ପ୍ରଚାରକୁ ନେଇ ବିବାଦ ତେଜିଛି. ଏହାକୁ ନେଇ ପୁରୀ ବିଧାନସଭା ବିଜେଡି ପ୍ରାର୍ଥୀ ମହେଶ୍ୱର ମହାନ୍ତି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯେଉଁମାନେ ଧର୍ମୀୟ ରାଜନୀତି କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ପୁରୀବାସୀ ଦୃଢ ପ୍ରତିବାଦ କରିବେ. ନିର୍ବାଚନରେ କୌଣସି ପ୍ରକାର ଧର୍ମୀୟ ରାଜନୀତି ହେବା ଉଚିତ ନୁହେଁ. ସେଥିପାଇଁ ବିଜେପି ଏଭଳି ଚିନ୍ତାଧାରାରୁ ଦୂରେଇ ରହିବା ଭଲ’. ଅନ୍ୟପଟେ ନିକଟରେ ପୁରୀରେ ସମ୍ବିତ ପାତ୍ର ଶଙ୍ଖ ଫୁଟୁ ବୋଲି କହିଥିବା ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା. ଏହାକୁ ନେଇ ମହେଶ୍ୱର ମହାନ୍ତି କହିଛନ୍ତି ଯେ, ‘ଯଦି ସେ ନିଜେ କହୁଛନ୍ତି ପୁରୀ ଭଳି ଧର୍ମୀୟ ସ୍ଥାନରେ ପଦ୍ମ ବଦଳରେ ଶଙ୍ଖ ଫୁଟୁ, ତେବେ ନିହାତି ଭାବେ ଶଙ୍ଖ ଫୁଟିବ.

LEAVE A REPLY

Please enter your comment!
Please enter your name here