ଦୁଇ ବର୍ଷ ଭିତରେ ଦୁଇଟି ବଡ଼ ବାତ୍ୟା ବ୍ୟାପକ କ୍ଷୟକ୍ଷତି କରିଥିଲେ ହେଁ ସରକାରୀ ସହାୟତା ଏଯାଏଁ ମିଳି ନଥିବା ଅଭିଯୋଗ ହୋଇଛି । ୨୦୧୯ ମଇ ମାସରେ ଆସିଥିବା ଫନିରେ ଉପକୁଳ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ସରକାରଙ୍କ ତରଫରୁ ସହାୟତା ମିଳିଥିଲେ ମଧ୍ୟ ସମସ୍ତ କ୍ଷତିଗ୍ରସ୍ତଙ୍କୁ ମିଳିପାରି ନାହିଁ ସହାୟତା । ଏହି ଅଭାବନିୟ ଘଟଣା ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତ୍ରର୍ଗତ ନୁଆଖୋଲାମରା ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗ୍ରାମରେ ଥିବା ଏକ ବୃଦ୍ଧ ଦମ୍ପତି ଫନିି ବିପର୍ଯ୍ୟୟରେ ନିଜ ଘର ହରାଇଥିଲେ ମଧ୍ୟ ଆଜି ଯାଏଁ ସରକାରୀ ସହାୟତା ମିଳିନାହିଁ । ୧୫ ମାସ ହେଲାଣି ବୃଦ୍ଧ ଦମ୍ପତି ପାଇଖାନାରେ ଜୀବନ କାଟୁଛନ୍ତି । ବାତ୍ୟା ପରେ ପ୍ରଶାସନ ପକ୍ଷରୁ ବାରମ୍ବାର ତଦନ୍ତ ହୋଇଥିଲେ ମଧ୍ୟ ପ୍ରଶାଶନର ଅବହେଳା ହେତୁ କୌଣସି ସହାୟତା ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏହି ବୃଦ୍ଧ ଦମ୍ପତିଙ୍କ ପରି ସେହି ପଞ୍ଚାୟତରେ ୨୦ରୁ ଉର୍ଦ୍ଧ ପରିବାରଙ୍କୁ ସରକାରୀ ସହାୟତା ଆଜି ପର୍ଯ୍ୟନ୍ତ ମିଳିନାହିଁ ।

LEAVE A REPLY

Please enter your comment!
Please enter your name here