ରାଜ୍ୟରେ ଆଜି ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୩ , ଜଗତସିଂହପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଗଞ୍ଜାମର ଜଣେ ୭୦ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମର ଆଉ ଦୁଇ ମୃତକ ପୁରୁଷ । ସେମାନଙ୍କ ବୟସ ୪୪ ଓ ୩୯ ବର୍ଷ । ଜଗତସିଂହପୁରରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ୬୬ ବର୍ଷୀୟ ପୁରୁଷ । ସୁନ୍ଦରଗଡ ଜିଲ୍ଲାର ମୃତକ ଜଣଙ୍କ ୬୫ ବର୍ଷୀୟ ମହିଳା । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫୪ରେ ପହଁଞ୍ଚିଲା । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୧ କୁ ବୃଦ୍ଧି ପାଇଛି । ସେହିପରି ଆଜି ୨୫ ଜିଲ୍ଲାରୁ ୭୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୩୬ ମଧ୍ୟରୁ କ୍ୱାରେଣ୍ଟିନରୁ ୪୮୧ ଏବଂ ଲୋକାଲ କେସ୍ ୨୫୫ । ରାଜ୍ୟରେ କୋଟ୍ ପଜିଟିଭଙ୍କ ସଂଖ୍ୟା ୧୭ ହଜାର ୪୩୭କୁ ବୃଦ୍ଧି ପାଇଛି । କରୋନାରୁ ସୁସ୍ଥ ହେଲେଣି ୧୧,୯୩୭ । ଆକ୍ଟିଭ୍ କେସ୍ ରହିଛି ୫୩୮୧ । ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ ୨୪୭ ଏବଂ ଖୋର୍ଦ୍ଧାରୁ ୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ-୪୫, ଜଗତସିଂହପୁର ଓ ଯାଜପୁରରୁ ୪୦ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି-୩୯, କଟକ-୨୭, ସମ୍ବଲପୁର-୨୫, ଗଜପତି-୩୯, ବାଲେଶ୍ୱର-୩୩,କଟକ-୨୭, ଅନୁଗୁଳରୁ ୨୨ , ମାଲକାନଗିରି-୧୮, ସୁନ୍ଦରଗଡ-୧୭, ପୁରୀ-୧୪, ମୟୂରଭଞ୍ଜ-୧୨, ନୟାଗଡ-୧୦, ରାୟଗଡା ଓ ବୌଦ୍ଧରୁ ୮, କେନ୍ଦ୍ରାପଡାରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ-୫, ବଲାଙ୍ଗୀର-୪, ବରଗଡ-୩, କଳାହାଣ୍ଡି-୨, ଢେଙ୍କାନାଳ ଓ କେନ୍ଦୁଝର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here