ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଆଡଭାନ୍ସ ଲାଇଫ୍ ସପୋଟ୍ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଆମ୍ବୁଲାନ୍ସରେ ଏକ ଡାକ୍ତରୀ ଟିମ୍ ମଧ୍ୟ ରହିଛନ୍ତି । ଗତକାଲି ଛାତିରେ ଯନ୍ତ୍ରଣା ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା । ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଛି । ଗତ ୨୮ ତାରିଖରେ ଅସୁସ୍ଥତା ଅନୁଭବ କରିଥିଲେ ପ୍ରତାପ ଷଡଙ୍ଗୀ । ପରେ ଡାକ୍ତରଖାନା ଆସି ଡାକ୍ତରଙ୍କ ପରାମର୍ଶ ସହିତ ଛାତି ଏବଂ ଗଳାରେ ସଙ୍କ୍ରମଣ ହେତୁ ଚିକିତ୍ସା ହୋଇ ଘରକୁ ଫେରିଥିଲେ

LEAVE A REPLY

Please enter your comment!
Please enter your name here