ବିଷ କ୍ରିୟାରୁ ହୋଇଛି କେନ୍ଦୁଝର ଯୋଡାର ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ । ପୋଷ୍ଟମର୍ଟମ ରିପୋର୍ଟରେ ବିଷକ୍ରିୟାରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଘଟଣାସ୍ଥଳରୁ ଜବତ ବିଷ ବୋତଲ ଏବଂ ଭିସେରା ଭୁବନେଶ୍ୱରସ୍ଥିତ ଫରେନସିକ ଲାବକୁ ପଠାଯିବ । ସେଠାରୁ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ୱଷ୍ଟ ଜଣାପଡିବ । ସନ୍ଦେହଜନକ ଅବସ୍ଥାରେ ଘରୁ ତାଙ୍କ ମୃତଦେହ ମିଳିଥିଲା । ବିଳମ୍ବିତ ରାତି ଯାଏଁ ଡ୍ୟାନ୍ସ , ସହକର୍ମୀଙ୍କ ସହ ଭୋଜିଭାତ ପରେ ହଠାତ କିଭଳି 25 ବର୍ଷୀୟା ଡାକ୍ତରାଣୀଙ୍କ ମୃତ୍ୟୁ ହେଲା, ତାହା ଏବେ ପ୍ରଶ୍ନ ଘେରରେ ।
ଅନ୍ୟପଟେ ଡାକ୍ତର ଦିବ୍ୟ ରଞ୍ଜନ ମାଝୀଙ୍କ ନାଁରେ ଯେଉଁ ଏଫଆଇଆର ଶୁଭଶ୍ରୀ ଥାନାରେ ଦେଇଥିଲେ , ସେ ଡାକ୍ତର ଇସ୍ତଫା ଦେଇଥିବା ଜଣାପଡିଛି । ଗୁଆଲି ନୂଆଗାଁ ଜେଏସଡବ୍ଲ୍ୟୁ ଫାଷ୍ଟଏଡ ସେଣ୍ଟରରୁ ଇସ୍ଥଫା ଦେଇଛନ୍ତି । ସେ ନିଜ ବାହାଘର ପାଇଁ ଭୁବନେଶ୍ୱର ଯାଉଛନ୍ତି, ଆଉ ଏଥିପାଇଁ ସେ ଇସ୍ତଫା ଦେଉଛନ୍ତି ବୋଲି ଚିଠିରେ ଉଲ୍ଲେଖ ହୋଇଛି । ଡିସେମ୍ବର ୧ରେ ଇସ୍ତଫା ପତ୍ର ଲେଖିଛନ୍ତି, ତେବେ ୨୦ରେ ପଠାଇଥିବା ସୂଚନା । ଡିସେମ୍ବର ୨୦ ତାରିଖରେ ଡାକ୍ତର ଦିବ୍ୟ ରଞ୍ଜନ ମାଝୀଙ୍କ ନାଁରେ ଏଫଆଇଆର ଦେଇଥିଲେ ଶୁଭଶ୍ରୀ । ଏଫଆଇଆରରେ ଶୁଭଶ୍ରୀ ଲେଖିଥିଲେ ଯେ ଶାରୀରିକ ସମ୍ପର୍କ ରଖି ବିବାହର ପ୍ରତିଶ୍ରୁତି ଦେଇ ଦିବ୍ୟରଞ୍ଜନ ତାଙ୍କୁ ଧୋକା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here