କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍ ୨୦୨୧ ଆଣିବାକୁ ଯାଉଛନ୍ତି । ସରକାର ଏହାଦ୍ୱାରା କିଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଗୁଡିକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିରୋଧ କରି ଆଜିଠୁ ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ । ଏହାଦ୍ୱାରା ରାଜ୍ୟର ୪୦୦୦ ଏବଂ ସର୍ବ ଭାରତୀୟ ସ୍ତରରେ ୨୧,୦୦୦ରୁ ଅଧିକ ବ୍ୟାଙ୍କ ଶାଖା କାମ ପ୍ରଭାବିତ ହେବ । କିନ୍ତୁ ଅନଲାଇନ ଏବଂ ମୋବାଇଲ ବ୍ୟାଙ୍କିଂ ଏଟିଏମ ସେବା ଜାରି ରହିବ । ଏହି ଆନ୍ଦୋଳନରେ ରାଜ୍ୟର ୨୧ ହଜାର ଏବଂ ସାରା ଦେଶରେ ୧୦ ଲକ୍ଷରୁ ଅଧିକ କର୍ମଚାରୀ ସାମିଲ ହେବେ । ମୁଖ୍ୟତଃ ଏହି ଧର୍ମଘଟରେ ସେହି କର୍ମଚାରୀମାନେ ସାମିଲ ହେବେ , ଯେଉଁ ବ୍ୟାଙ୍କର ଶାଖା ବନ୍ଦ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here