ପଶ୍ଚିମବଙ୍ଗରେ ପ୍ରବେଶ କଲା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ମୁର୍ଶିଦାବାଦରେ ୭ ବର୍ଷର ଶିଶୁ ଓମିକ୍ରନରେ ସଙ୍କ୍ରମିତ ହୋଇଛି । ୧୦ ଡିସେମ୍ବରରେ ଆବୁଧାବିରୁ ହାଇଦ୍ରାବାଦ ଫେରିଥିଲା ଶିଶୁ ଜଣକ । ଭାରତରେ ୧୦ଟି ରାଜ୍ୟକୁ ଓମିକ୍ରନ ବ୍ୟାପିସାରିଲାଣି । ବୁଧବାର ଦିନ ତେଲାଙ୍ଗାନାରୁ ୩ଟି କେସ୍ ଏବଂ ପଶ୍ଚିମବଙ୍ଗ ଗୋଟିଏ କେସ୍ ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ସର୍ବାଧିକ ୨୮ ଜଣ ସଙ୍କ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନ-୧୭, କର୍ଣ୍ଣାଟକ-୩, ଗୁଜରାଟ-୪, ଆନ୍ଧ୍ରପ୍ରଦେଶ-୧, ଦିଲ୍ଲ-୬, ତେଲେଙ୍ଗାନା-୩, କେରଳ, ଚଣ୍ଡିଗଡ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ୭ ବର୍ଷୀୟ ଛୁଆକୁ ଚିକିତ୍ସା ପାଇଁ ଏବେ ମୁର୍ଶିଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଛୁଆର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆବୁଧାବିରୁ ପରିବାର ସହ ଭାରତ ଫେରିବା ପରେ ଉକ୍ତ ୭ ବର୍ଷୀୟ ବାଳକଟିକ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇଥିଲା। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ଏଥିରେ ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି।

LEAVE A REPLY

Please enter your comment!
Please enter your name here