ଓଡିଶା କୋରାପୁଟ ଜିଲ୍ଲାରେ ଜଣେ ମହିଳା ଡାକ୍ତର ଅପରେସନ ଥିଏଟର ଭିତରେ ସେଲଫି ନେଇ ବିବାଦ ଘେରକୁ ଆସିଛନ୍ତି. ଘଟଣା ହେଉଛି, କୋରାପୁଟର ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟର. ରିପୋର୍ଟ ଅନୁସାରେ, ଜଣେ ଗର୍ଭବତୀ ମହିଳାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା. ମହିଳା ଜଣକଙ୍କ ଅସ୍ତ୍ରୋପଚାର ଚାଲୁଥିବା ସମୟରେ ସସ୍ମିତା ଦାସ ନାମକ ଜଣେ ମହିଳା ଡାକ୍ତର ସବୁ ଡାକ୍ତରଙ୍କ ସହ ସେଲଫି ନେଇଥିଲେ ଓ ତାକୁ ହ୍ୱାଟସ ଆପ୍ ମାଧ୍ୟମରେ ସବୁ ଡାକ୍ତରଙ୍କ ପାଖକୁ ପଠାଇଥିଲେ. ପରେ ଏ ବିଷୟରେ ଜଣା ପଡିବା ପରେ, ସି.ଡି.ଏମ.ଓ ଲଳିତ ମୋହନ ରଥ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ. ତେବେ ତଦନ୍ତ ସରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ ସି.ଡି.ଏମ.ଓ. ଅନ୍ୟପଟେ କୌଣସି ଖରାପ ଉଦ୍ଦେଶ୍ୟ ରଖି ସେଲଫି ନ ନେଇଥିବା ମହିଳା ଡାକ୍ତର ଜଣକ କହିଛନ୍ତି. ଉପସ୍ଥିତ ଥିବା ସମସ୍ତ ଡାକ୍ତରଙ୍କ ସହମ୍ମତି ରେ ସେ ସେଲଫି ନେଇଛନ୍ତି ଏବଂ ଓ.ଟି ର ପୁନରୁଦ୍ଧାର ପରେ ଏହା ପ୍ରଥମ ଅସ୍ତ୍ରୋପଚାର ଥିବାରୁ ସେ ସେଲଫି ନେଇଥିବା କହିଛନ୍ତି. ବର୍ତ୍ତମାନ ଏହି ଛୋଟ ଘଟଣାଟି ବଡ ହେବା ପରେ ଶେଷରେ କ୍ଷମା ମାଗିଛନ୍ତି ଡାକ୍ତର ସସ୍ମିତା ଦାସ.