ଦୀର୍ଘଦିନ ଧରି ବନ୍ଦ ହୋଇରହିଥିବା ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିଛି. କିଛିମାସ ପୂର୍ବରୁ ପ୍ରବଳ ବର୍ଷା କାରଣରୁ ଯାତାୟାତରେ ବାଧା ଉପୁଜିଥିଲା, ଯେଉଁଥିପାଇଁ ଏହାକୁ ବନ୍ଦ କରି ଦିଆଯାଇଥିଲା. ଏହା ଖୋଲିବା ପରେ ପିଠାବାଟ ଦେଇ 25ଟି ଓ କାଳିଆପାଣି ଦେଇ 35 ଟି ଗାଡି ଯିବାର ଅନୁମତି ମିଳିଛି. ତେବେ ଅଭୟାରଣ୍ୟ ଭିତରେ କିଛି କାର୍ଯ୍ୟ ଉପରେ କଡାକଡି ନିୟମ ଲାଗୁ କରାଯାଇଛି. ଯାହାଭିତରେ ନିଶାଦ୍ରବ୍ୟ, ପଲିଥିନ ବ୍ୟବହାର ଓ ବଣଭୋଜି ଭଳି କାର୍ଯ୍ୟକୁ ନିଷେଦ୍ଧ କରାଯାଇଛି. ତେବେ ପର୍ଯ୍ୟଟକମାନେ ଭିତରକୁ ପ୍ରସ୍ତୁତ କରିଥିବା ଖାଦ୍ୟ ନେଇ ପ୍ରବେଶ କରିପାରିବେ ମାତ୍ର ଆମିଷ ଖାଦ୍ୟ ସହ ପ୍ରବେଶ କରିପାରିବେ ନାହିଁ ନିର୍ଦ୍ଦେଶ ଦିଆଯାଇଛି. ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ. ଏହି ଅଭୟାରଣ୍ୟରେ ଥିବା ବରେହିପାଣି, ଚହଲା, ଯୋରନ୍ଦା, ଉସ୍କି ଓ ଅଲକୁଦ ଜଳପ୍ରପାତ ପର୍ଯ୍ୟଟକଙ୍କୁ ବେଶି ଆକର୍ଷିତ କରିଥାଏ.

LEAVE A REPLY

Please enter your comment!
Please enter your name here