ଭୟଙ୍କର ବାତ୍ୟା ତିତଲିର ପ୍ରଚଣ୍ଡ ତାଣ୍ଡବ ଫଳରେ ଓଡିଶାର ବିଭିନ୍ନ ଜିଲ୍ଲା ବିଶେଷ କରି ଗଞ୍ଜାମ ଜିଲ୍ଲା ଅତି ମାତ୍ରାରେ ପ୍ରଭାବିତ ହୋଇଥିଲା. ତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ. ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଓଡିଶାକୁ ଅଣଦେଖା କରିଛନ୍ତି. ତିତଲି ପ୍ରଭାବିତ ପରିବାରକୁ କେନ୍ଦ୍ର ସରକାର ଗୋଟିଏ ଟଙ୍କା ମଧ୍ୟ ଦେଇନାହାନ୍ତି.  କେନ୍ଦ୍ର ତିନୋଟି ରାଜ୍ୟ ଯଥା- ନାଗାଲାଣ୍ଡ, କେରଳ ଓ ଆନ୍ଧ୍ରପ୍ରଦେଶକୁ ସାହାଯ୍ୟ କରିଥିବା ବେଳେ ସାବତ ମା ଭଳି ଓଡିଶାକୁ ବ୍ୟବହାର କରିଛି.  କେରଳକୁ 3,048 କୋଟି, ଆନ୍ଧ୍ରପ୍ରଦେଶକୁ 539 କୋଟି ଓ ନାଗାଲାଣ୍ଡକୁ 131 କୋଟି ସାହାଯ୍ୟ କରିଛନ୍ତି. ମାତ୍ର କାଣି କଉଡିଟିଏ ବି ଓଡିଶାକୁ ସାହାଯ୍ୟ କରିନାହାନ୍ତି. ଏହାକୁ ନେଇ ବିଜେଡି କହିଛି ଯେ, ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଏଭଳି ରାଜନୀତି କରିବା ଠିକ୍ ନୁହେଁ.

LEAVE A REPLY

Please enter your comment!
Please enter your name here