କଇଁଛ ତ ସମସ୍ତେ ଦେଖିଥିବେ, ହେଲେ ହଳଦିଆ କଇଁଛ କେବେ ଦେଖିନଥିବେ । ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ରବିବାର ଦିନ ହଳଦିଆ କଇଁଛ ଦେଖିବାକୁ ମିଳିଛି । ବନବିଭାଗ ଅଧିକାରୀ ଭନୋମିତ୍ର ଆଚାର୍ଯ୍ୟ କହିଛନ୍ତି, ଏହା ଏକ ଅଦ୍ଭୁତ କଇଁଛ, ଯାହାର ଦେହ ସହ ଖୋଳପା ବି ହଳଦିଆ ଅଟେ । ହଳଦିଆ କଇଁଛଟି ବାଲେଶ୍ୱରର ସୁଜନପୁର ଗ୍ରାମରେ ଦେଖିଲା ପରେ ସ୍ଥାନୀୟ ଲୋକେ କଇଁଛକୁ ବନବିଭାଗ ଅଫସରଙ୍କୁ ହସ୍ତାନ୍ତର କରିଦେଇଥିଲେ । ଆଇଏଫ୍‌ଏସ୍ ଅଧିକାରୀ ସୁଜନ୍ତା ନନ୍ଦା ଟ୍ୱିଟରେ କଈଁଛଟି ପାଣିରେ ଗାଧୋଉଥିବାର ଏକ ଭିଡ଼ିଓ ସେୟାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here