ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ଉଜ୍ଜଳା ସାନିଟାରୀ ନାପକିନ୍‌ ପ୍ରସ୍ତୁତି ବ୍ୟବସ୍ଥା । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ୧୦୦ଟି ସ୍ଥାନରେ ସାନିଟାରୀ ନାପକିନ୍ ମ୍ୟାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରାଯାଇଛି । ଏଥିପାଇଁ ୨.୯୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସ୍ଥାନୀୟ ରେଲୱେ ଅଡିଟୋରିୟମ୍‌ରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେଉଛି, ନାରୀମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସ୍ୱଚ୍ଛତାକୁ ଉନ୍ନତ କରିବା ଏବଂ ରୋଜଗାରକ୍ଷମ କରିବା । ଏଥିରେ ପ୍ରତି ୟୁନିଟ୍‌ରେ ପ୍ରାୟ ୧୦ରୁ ୧୨ ଜଣ ମହିଳା ଏଥିରେ କାର୍ଯ୍ୟ କରିବେ । ୧୦୦ଟି ୟୁନିଟରେ ଦୈନିକ ୧୨୦୦ରୁ ୨୦୦୦ ପ୍ୟାଡ୍ ଉତ୍ପାଦନ ହେବ । ଏହା ପରେ ୫୦୦ଟି ୟୁନିଟରେ ୫୦୦୦ମହିଳାଙ୍କୁ ନିଯୁକ୍ତି କରାଯିବ । ପ୍ୟାଡ୍ ଉତ୍ପାଦନ ପରେ ଉଜ୍ଜଳା ଦିଦି ମାନେ ନିଯୁକ୍ତି ପାଇବେ ଯେଉଁମାନେ ଘରକୁ ଘର ବୁଲି ବାଳିକା, ଯୁବତୀ ଓ ମହିଳାମାନଙ୍କୁ ସାନିଟରୀ ନାପକିନ୍‌ର ବ୍ୟବହାର ଓ ଉପକାରିତା ବିଷୟରେ ବୁଝାଇବା ସହ ଏହାକୁ ବିକ୍ରି କରିବେ । ୮ଟି ପ୍ୟାଡ୍ ଥିବା ପ୍ରତି ପ୍ୟାକେଟ୍‌ର ମୂଲ୍ୟ ୪୨ ଟଙ୍କା ରଖାଯାଇଛି । ଏହା ଦ୍ୱାରା ମହିଳାମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇବା ସହିତ ସ୍ୱାବଲମ୍ବୀ ହୋଇପାରିବେ ବୋଲି କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here