ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ମଣିପୁର ରାଜ୍ୟପାଳ ନଜମା ହେପତୁଲ୍ଲା. ନିଜ ଝିଅଙ୍କ ସହ ସେ ଓଡିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି. ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସିଧାସଳଖ ନବୀନ ନିବାସ ଯାଇଥିଲେ. ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ସମୟ ବାର୍ତ୍ତାଳାପ କରିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଆମନ୍ତ୍ରିତ କରିଥିଲେ. ତେବେ ଦୁଇ ଦିନିଆ ଗସ୍ତରେ ଓଡିଶା ଆସିଥିବା ନଜମାଙ୍କ ନିଜ ଝିଅ ସହ ଚିଲିକା ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିବା ସୂଚନା ମିଳିଛି.

 

 

 

LEAVE A REPLY

Please enter your comment!
Please enter your name here