‘ଓଡିଶା-ମୋ ପରିବାର’ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ‘ଓଡିଶା-ମୋ ପରିବାର’ କାର୍ଯ୍ୟକ୍ରମ ମୁଖ୍ୟତଃ ୩ଟି ବିଷୟକୁ ଗୁରୁତ୍ୱ ଦେଇଛି | ପରିବେଶ, ସ୍ୱାସ୍ଥ୍ୟ ସେବା କଲ୍ୟାଣ ଓ ବିପନ୍ନ ଓଡିଆଙ୍କୁ ସହାୟତା ଉପରେ ଗୁରୁତ୍ୱ ଦିଆଯାଇଛି | ଏହି କାର୍ଯ୍ୟକ୍ରମର ଆବାହକ ଭାବେ ଅରୂପ ପଟ୍ଟନାୟକଙ୍କୁ ଦାଇତ୍ୱ ଦିଆଯାଇଥିବା ବେଳେ ପୁନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଚଦ୍ରଶେଖର ସାହୁ, ଅତୁନ ନାୟକ, ନଳୀନକାନ୍ତ ପ୍ରଧାନକୁ ସହ ଆବାହକ ଭାବେ ଦାଇତ୍ୱ ଦିଆଯାଇଛି | ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ଜନତା ଦଳ ଓଡିଶାବାସୀଙ୍କ ଆର୍ଶୀବାଦରେ ଓଡିଶା ମା’ର ସେବା କରି ଚାଲିଛି | ସେବା ସଂଗ୍ରାମ ଓ ସ୍ୱାଭିମାନ ହେଉଛି ବିଜୁ ଜନତା ଦଳର ଆଦର୍ଶ ଆଉ ଓଡିଶାବାସୀଙ୍କ ଆର୍ଶୀବାଦ ହେଉଛି ବିଜେଡି ଶକ୍ତି | ତେବେ ସାଢେ ୪ କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର, ସେମାନଙ୍କ ମଙ୍ଗଳ ପାଇଁ ଦଳ ସବୁବେଳେ କାମ କରିଆସୁଛି ଆଉ ଏହି କାମକୁ ଆହୁରୀ ଆଗକୁ ନେବା ପାଇଁ ଓଡିଶା-ମୋ ପରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି ନବୀନ | ଓଡିଶା-ମୋ ପରିବାର କାର୍ଯ୍ୟକ୍ରମରେ ୩ ଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି | ପରିବେଶ ସୁରକ୍ଷା – ଯେଉଁଥିରେ କି ବିଜେଡିର କର୍ମୀଭାଇ ଭଉଣୀମାନେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବା ସହ ଏଦିଗରେ ଲୋକଙ୍କୁ ସଚେତନ କରାଇବେ | ରକ୍ତଦାନ ସେବା ଓ କଲ୍ୟାଣ- ଯାହାକି ଜୀବନ ବିନ୍ଦୁ ଭଳି କାର୍ଯ୍ୟକ୍ରମ | ତେବେ ଏହାର ଏକମାତ୍ର ଲକ୍ଷ୍ୟ ହେଲା ରକ୍ତଦାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା | ସେହିପରି ବିପନ୍ନ ଓଡିଆଙ୍କୁ ସହାୟତାର ଉଦ୍ଦେଶ୍ୟ ହେଲା, ଦେଶ ବିଦେଶରେ କାମ କରୁଥିବା ଓଡିଶାବାସୀମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ସେମାନଙ୍କର ବିପଦ ସମୟରେ ସେମାନଙ୍କ ସାଥିରେ ରହି ସେମାନଙ୍କୁ ଓ ତାଙ୍କ ପରିବାରକୁ ସହାୟତା ଯୋଗାଇବା |