ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା. ରାଜଯ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୁଳପତି ପଦବୀ ପାଇଁ ଗତ ଫେବୃଆରୀ 13 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା. ଏହି ପଦବୀ ପାଇଁ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚର ରିସର୍ଚ୍ଚ ଡିଭିଜନର ମୁଖ୍ୟ ତଥା କୃଷି ବୈଜ୍ଞାନିକ ଡକ୍ଟର ବିମଳ ପ୍ରସନ୍ନ ମହାନ୍ତି ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଇ ନଥିଲା. କୁଳପତି ପଦବୀ ପାଇଁ ଦିଆଯାଇଥିବା ବିଜ୍ଞପ୍ତି ଅନୁଯାୟୀ ସେ ସମସ୍ତ ସର୍ତ୍ତ ପୂରଣ କରୁଥିଲେ ମଧ୍ୟ ତାଙ୍କୁ କାହିଁକି ଡକାଗଲା ନାହିଁ ବୋଲି ଦର୍ଶାଇ ଶ୍ରୀ ମହାନ୍ତି ହାଇକୋର୍ଟରେ ଆବେଦନ କରିଛନ୍ତି. ଏହି ମାମଲା ହାଇକୋର୍ଟଙ୍କ ବିଚାରାଧୀନ ଥିବା ବେଳେ ମେ ପ୍ରଥମ ସପ୍ତାହରେ ନିଯୁକ୍ତି ପ୍ରକ୍ରିୟା ସାରିବା ପାଇଁ ପ୍ରସ୍ତୁତି ଚାଲିଛି.













