ନିଜ ଘର ସମ୍ମୁଖରେ ଯୁବକଙ୍କୁ ନିର୍ମମ ହତ୍ୟା । ମୟୁରଭଞ୍ଜ କରଞ୍ଜିଆ ଅନ୍ତର୍ଗତ ନଦା ଗାଁରେ ହୋଇଛି ନିର୍ମମ ହତ୍ୟା । ଗାଁର ନାରଣ ପାତ୍ରଙ୍କୁ ସେହି ଗାଁର ଗଜେନ୍ଦ୍ର ପାତ୍ର ଏବଂ ତାଙ୍କର ଦୁଇ ପୁତ୍ର ଅତି ନିର୍ମମ ଭାବେ ଗୋଡାଇ ଗୋଡାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଜେନ୍ଦ୍ର ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବାର ହୋଇଛି ଅଭିଯୋଗ । ସାମାନ୍ୟ କେଇ ଖଣ୍ଡ କାଠ ପାଇଁ ଘଟିଛି ଅତିଜଘନ୍ୟ ହତ୍ୟାକାଣ୍ଡ । ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି ମକୁଲିଢିହା ଥାନା ପୋଲିସ ।

LEAVE A REPLY

Please enter your comment!
Please enter your name here