କଂଗ୍ରେସରେ କୋରାପୁଟ ଲୋକସଭା ସାଂସଦକୁ ଅଣଦେଖା , ଫଳରେ ଆଜି ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । କୋରାପୁଟ ସାଂସଦ ସପ୍ତଗିରୀ ଉଲାକାଙ୍କୁ ରାୟଗଡା ଜିଲ୍ଲାରେ ହେଉଥିବା ବିଭିନ୍ନ ସରାକାରୀ କାର୍ଯ୍ୟକ୍ରମରେ ଡକାଯାଉନି ବୋଲି ଅଭିଯୋଗ ହୋଇଛି । ଗତକାଲି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ଯ୍ୟାତିତ ମହିଳା ମାନଙ୍କ ପାଇଁ ୱାନ ଷ୍ଟପ ୱାନ ସେଣ୍ଟରରର ଉଦଘାଟନ ହୋଇଥିବାବେଳେ ସେହି କାର୍ଯ୍ୟକ୍ରମରେ ସାଂସଦ ସପ୍ତଗିରୀ ଉଳ୍ଲାକାଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା , ରାଜ୍ୟସଭା ସାଂସଦ ଏନ ଭାସ୍କାର ରାଓ ଉପସ୍ଥିତ ଥିବାବେଳେ କୋରାପୁଟର ପୂର୍ବତନ ସାଂସଦ ଝିହ୍ନ ହିକକାଙ୍କୁ ଡକାଯାଇଥିଲା । ତେବେ ନବନିର୍ବାଚିତ ସାଂସଦ କଂଗ୍ରେସ ଦଳର ହୋଇଥିବାରୁ ତାଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଉପେକ୍ଷା କରାଯାଉଛି ବୋଲି ଅଭିଯୋଗ କରି ଆଜି କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ହଟୋଗଳ କରିଥିଲେ । ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

LEAVE A REPLY

Please enter your comment!
Please enter your name here