ଅବହେଳିତ ଅବସ୍ଥାରେ ଚାଲୁଛି ଡାକ୍ତରଖାନା. କାଲିମେଳା ବ୍ଲକ ପେଟାଲ ଗାଁସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର. କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ନିଯୁକ୍ତ ହୋଇଥିଲେ ଜଣେ ଡାକ୍ତର, ଜଣେ ନର୍ସ, ଜଣେ ଫାର୍ମାଷିଷ୍ଟ ଓ ଜଣେ ଆଟେଣ୍ଡାଣ୍ଟ. ମାତ୍ର ଏବେ ଏହା ଆଖଡା ଘର ପାଲଟି ଯାଇଛି. ଡାକ୍ତର ମନ ଇଚ୍ଛା ଆସୁଥିବା ବେଳେ ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ରହୁଥିବା ମଧ୍ୟ ଦେଖିବାକୁ ମିଳିଛି. ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କିଛି କହିବାକୁ ମନା କରିଦେଇଛନ୍ତି. ଅନ୍ୟପଟେ ହସ୍ପିଟାଲରେ ଗୋଟିଏ ରୋଗୀ ପାଇଁ ମାତ୍ର ଗୋଟିଏ ଶଯ୍ୟା ଥିବା ବେଳେ ଅନ୍ୟ ରୋଗୀମାନଙ୍କୁ ତଳେ ଶୋଇବାକୁ ପଡିଥାଏ. ଏ ବିଷୟରେ କିଛି ଅବଗତ ନାହାନ୍ତି ଏବଂ କାଲିମେଲା ଅଧିକାରୀ ତାଙ୍କୁ କିଛି ଅବଗତ କରାଇନାହାନ୍ତି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଜିତ କୁମାର ମହାନ୍ତି କହିଛନ୍ତି.

LEAVE A REPLY

Please enter your comment!
Please enter your name here