କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟ୍ ଡାଉନ୍ । ଆସନ୍ତାକାଲି ଠାରୁ ସଟ୍ ଡାଉନ୍ ହଟିବା ନେଇ ସିଏମସି ପକ୍ଷରୁ ସୂଚନା । କାଲିଠୁ ସକାଳ ୫ଟାରୁ ସନ୍ଧ୍ୟା ୬ଯାଏଁ ଖୋଲା ରହିବ ଦୋକାନ ବଜାର । ସହରରେ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ ରହିବ ବୋଲି ସିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ସନ୍ଧ୍ୟା ୭ଟାରୁ ସକାଳ ୫ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲା ରହିବ ସରକାରୀ ଅଫିସ । କୋଭିଡ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ୍ ଖୋଲିବ । ତେବେ ସହରରେ ସାପ୍ତାହାନ୍ତ ସଟ୍‌ଡାଉନ୍ ବଳବତ୍ତର ରହିବ ବୋଲି ସିଏମସି ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here