ମହାପ୍ରୟାଣ ଗାଡି କାହା ପାଇ? ରାତି ତମାମ ମେଡିକାଲରେ ପଡି ରହିଲା ଶବ । କିନ୍ତୁ ମିଳିଲାନି ମହାପ୍ରୟାଣ ଗାଡି । ଅନେକ ଗୁହାରି ପରେ ବି କେହି ନଶୁଣିବାରୁ ନିଜେ ଅଧକିଲୋମିଟର ବାପାଙ୍କ ଶବକୁ ବୁହାଇଲା ପୁଅ । ଅଧାବାଟରେ ଅଟୋ ଭଡା କରି ଘରକୁ ଶବ ଆଣିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ । ଗତକାଲି ହରଭଙ୍ଗା ବ୍ଲକ ବିଶିପାଲି ଗ୍ରାମର ଚୈତନ୍ୟ ଦାଶଙ୍କ ଶ୍ୱାସକ୍ରିୟାରେ କଷ୍ଟ ହେବାରୁ ବୌଦ୍ଧ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ରାତି ୯ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଟିକେଟ କାଉଣ୍ଟରରେ ଯାଇ ଜଣାଇଲା ପରେ ମହାପ୍ରୟାଣ ଗାଡି ପାଇଁ ଯୋଗାଯୋଗ କରିଥିଲେ । ତେବେ ଗାଡି ଖରାପ ଥିବା ଚାଳକ କହି ଘରକୁ ପଳାଇଥିବା ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି । ନିରୂପାୟ ହୋଇ ମୃତକଙ୍କ ପୁଅ ମେଡିକାଲରୁ ଅଧକିଲୋମିଟର ଶବ ବୋହିବା ପରେ ଏକ ଅଟୋ ଯୋଗେ ଶବ ଗାଁକୁ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here