ଶେଷରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପିନ୍ଧିଲେ ମାସ୍କ । ଆମେରିକାରେ ମହାମାରୀ କରୋନା ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହେଉଛି । ଏବେ ସାରା ବିଶ୍ୱରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଆମେରିକାରେ ସର୍ବାଧିକ ରହିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ମାସ୍କ ପିନ୍ଧିବାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଅଜି ହ୍ୱାଇଟ୍ ହାଉସ ରୁ ଗଲାବେଳେ ଟ୍ରମ୍ପ କହିଛନ୍ତି ଯେ ସେ କେବେ ମାସ୍କ ବିରୋଧରେ ନଥିଲେ,ଏହାର ଏକ ନିର୍ଦ୍ଧିଷ୍ଟ ତ୍ଥାନ ଓ ସମୟ ରହିଛି । ଏତେ ସବୁ ପରିସ୍ଥିତି ପରେ ମଧ୍ୟ ଟ୍ରମ୍ପ ଏଯାଏ ମାସ୍କ ବ୍ୟବହାର କରିନଥିଲେ । ଦିନକୁ ଦିନ ଏଭଳି କରୋନା ର ଦୃତ ବୃଦ୍ଧିକୁ ଦେଖି ଆଜି ଟ୍ରମ୍ପ ୱାସିଂଟନ୍ ରେ ଥିବା ମିଲିଟାରୀ ହସ୍‌ପିଟାଲ୍ ୱାଲ୍‌ଟର୍ ରିଡ୍ କୁ ଯିବା ବେଳେ ପବ୍ଲିକ୍‌ରେ ସେ ଆଜୀ ପ୍ରଥମେ ମାସ୍କ ବ୍ୟବହାର କରିଥିଲେ । ଏଭଳି ଏକ ଜୀବନ ମରଣ ପରିସ୍ଥିତିରେ ଟ୍ରମ୍ପଙ୍କ ଏଭଳି ମାସ୍କ ନପିନ୍ଧିବାକୁ ନେଇ ବିରୋଧି ଏହାକୁ କଟୁ ସମାଲୋଚନା କରିଛନ୍ତି । ବର୍ତ୍ତମାନ ଆମେରିକାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୫୫,୭୮୧ ରହିଥିବା ବେଳେ ୧,୩.୪୦୩ ଜଣଙ୍କର ମୃତ୍ରୁ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here