କଣ୍ଟେନମେଣ୍ଟ ଜୋନରେ ଚଢା ଦରରେ ବିକ୍ରି ହେଉଛି ପରିବା I ପ୍ରଶାସନିକ ଅବ୍ୟବସ୍ଥା ବିରୋଧରେ ତାତିଲେ ଲୋକେ I ପରିବା କିଣିବା ପାଇଁ ଭୁଲିଗଲେ ସାମାଜିକ ଦୂରତ୍ବ I ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକର ବିଷ୍ଣୁପୁର କଣ୍ଟେନମେଣ୍ଟ ଜୋନରେ I ବିଷ୍ଣପୁରରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସାତଦିନ ପାଇଁ ଏହି ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା I ଲୋକଙ୍କ ପାଖରେ ପରିବା ପହଞ୍ଚାଇବା ପାଇଁ ପ୍ରଶାସନ ପରିବା ବ୍ୟବସାୟୀଙ୍କୁ ବି ଚିହ୍ନଟ କରିଥିଲା I ମାତ୍ର ବ୍ୟବସାୟୀମାନେ ଚଢା ଦରରେ ପରିବା ବିକିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଗଣ୍ଡଗୋଳ କରିଥିଲେ I ବାହାର ଲୋକଙ୍କୁ ବ୍ୟବସାୟ କରିବା ପାଇଁ ପ୍ରଶାସନ ଅନୁମତି ଦେବା ବିରୋଧରେ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି I ଘଟଣାସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ବ୍ୟବସାୟୀଙ୍କୁ ତାଗିଦ କରିଛନ୍ତି I

LEAVE A REPLY

Please enter your comment!
Please enter your name here