ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବିସିପଡା ପଂଚାୟତ ନୋଡ଼ାଲ ଅପ ସ୍କୁଲରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣାକୁ ମାନି ରକ୍ତଦାତା ରକ୍ତଦାନ କରିଥିଲେ ।ଏଥିରେ ସ୍ଥାନୀୟ ସରପଞ୍ଚ ପିଙ୍କି ବିଶି ଓ ଧର୍ମଶାଳା ଫାଣ୍ଡି ଅଧିକାରୀ ଶିଶୁପାଳ ନାଗ ,ସମ୍ମାନିତ ଅତିଥି ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ । କୋଭିଡ଼ ମୁକାବିଲା ସମୟରେ ଏହି ରକ୍ତଦାନ ଶିବିର ରକ୍ତ ଅଭାବକୁ ପୁରାଣ କରିବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି ।ଏଥିରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଅମୟ ରଂଜନ ଦାଶ ,ଅଭିଷେକ ଶର୍ମା, ଶୁଭମ ଗୁରୁ, ତ୍ରିଲୋଚନ ଦଳେଇ ,ସତ୍ୟ ନାରାୟଣ ବେହେରାଙ୍କ ସମେତ ସୁବର୍ଣପୁର ଜିଲ୍ଳାର ବୁଢ଼ାରାଜା ଯୁବ ସଂଗଠନର ସଭ।ପତି ଶିବ ଶଙ୍କର ନାଏକ ,ଓଡ଼ିଶାପୋଲିସ ସଂଗଠନ ର କୁମୁଦ ମେହର ,ଦିନେଶ ମିଶ୍ର ,ସମେତ ରକ୍ତଦାତା ସଂଘର ମନୋଜ ପଣ୍ଡା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here