ଶ୍ରାବଣ ମାସର ପ୍ରଥମ ସୋମବାର.ସମସ୍ତ ଶିବାଳୟରେ ଲାଗିଛି ଶିବଭକ୍ତଙ୍କ ଭିଡ଼. ଭକ୍ତମାନେ ନିଷ୍ଠା ଓ ଶ୍ରଦ୍ଧାର ସହ ବାବାଙ୍କ ପୂଜାର୍ଚ୍ଚନାରେ ଲାଗିପଡିଛନ୍ତି. ଓଡିଶା ସହ ଓଡିଶା ବାହାରେ ମଧ୍ୟ ସବୁ ଶିବ ମନ୍ଦିରରେ ଭୋଲେ ବାବାଙ୍କ ପୂଜା ଜୋରସୋରରେ ଚାଲିଛି. ଏପଟେ କାଉଡ଼ିଆମାନେ ମଧ୍ୟ ଜଳଭାର ନେବା ପାଇଁ ପ୍ରସ୍ତୁତ ହେଲେଣି.ବିଶ୍ୱାସ ରହିଛି ପବିତ୍ର ଶ୍ରାବଣ ମାସରେ ବାବା ଭୋଳାନାଥଙ୍କ ଉପରେ ଜଳାଭିଷେକ କଲେ କୋଟି ଜନ୍ମର ପୂଣ୍ୟ ମିଳେ ତଥା ପ୍ରଭୁଙ୍କ ଆର୍ଶିବାଦ ମିଳିଥାଏ.

ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଶ୍ରାବଣ ମାସ ହେଉଛି ସବୁଠାରୁ ପବିତ୍ର ମାସ.ଏଣୁ ଦେବାଳୟ ସହ ଘରେ ଘରେ ଭକ୍ତମାନେ ବାବାଙ୍କ ଭକ୍ତିରେ ମଗ୍ନ. ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି.

LEAVE A REPLY

Please enter your comment!
Please enter your name here