ଯାତ୍ରୀ ବସ୍‌ ଭଡା ହ୍ରାସ ପାଇବା ନେଇ ବୁଧବାର ଘୋଷଣା ହୋଇଛି । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ସାଧାରଣ ବସ୍‌ରେ କିଲୋମିଟର ପିଛା ୨ ପଇସା ହ୍ରାସ ପାଇଛି। ସେହିଭଳି ଏକ୍ସପ୍ରେସରେ ଯାତ୍ରୀ ଭଡା ୪ ପଇସା କମ୍‌ ହୋଇଛି ।  ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସାଧାରଣ ବସ ଭଡା କିଲୋମିଟର ପିଛା ୨ ପଇସା କମ ହୋଇ ୭୦ ପଇସାରେ ପହଞ୍ଚିଛି। ପୂର୍ବରୁ କିଲୋମିଟର ପିଛା ୭୨ ପଇସା ଦେବାକୁ ପଡୁଥିଲା। ଏକ୍ସପ୍ରେସ ବସ୍‌ ଭଡା କିଲୋମିଟର ପିଛା ୭୫ ପଇସାରୁ ହ୍ରାସ ପାଇ ୭୩ ପଇସାରେ ପହଞ୍ଚିଛି। ସେହିପରି ଡିଲକ୍ସ ଏବଂ ଏସି ଡିଲକ୍ସର କିଲୋମିଟର ପିଛା ଯଥାକ୍ରମେ ୧୦୫ ପଇସାରୁ ୧୦୧ ପଇସା ଏବଂ ୧୨୭ ପଇସାରୁ ୧୨୩ ପଇସାରେ ପହଞ୍ଚିଛି।

ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ ଚାଲୁଛି। ଏଥିରୁ ଅଡିନାରୀ ବସ ସଂଖ୍ୟା ପ୍ରାୟ ୮ ହଜାର ହୋଇଥିବା ବେଳେ ଏକ୍ସପ୍ରେସ ବସ ସଂଖ୍ୟା ହେଉଛି ପାଖାପାଖି ୬୦୦୦। ସେହିଭଳି ରାଜ୍ୟରେ ପ୍ରାୟ ୨୦୦୦ ଡିଲକ୍ସ ବସ୍‌ ଚାଲୁଥିବା ବେଳେ ପାଖାପାଖି ୧୦୦୦ ଏସି ଡିଲକ୍ସ ଚାଲୁଛି।

LEAVE A REPLY

Please enter your comment!
Please enter your name here