୬ ବର୍ଷର କୁନି ଝିଅ ସୌମ୍ୟାଶ୍ରୀ । ସୌମ୍ୟାଶ୍ରୀଙ୍କ ମହତ୍ତ୍ୱ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଶ୍ଚିନ୍ତକୋଇଲି ଜାଭିୟର ସ୍କୁଲରେ ମଣ୍ଟେଶ୍ବରୀ ୩ ରେ ପାଠ ପଢ଼ନ୍ତି ସୌମ୍ୟାଶ୍ରୀ । କଟକ ଜିଲ୍ଲା ନିଶ୍ଚିତ କୋଇଲି ବ୍ଲକ ପଞ୍ଚସରଙ୍ଗ ବଳରାମପୁର ଗାଁର ଆଶିଷ କୁମାର ବସନ୍ତ ରାୟଙ୍କ ଝିଅ ସୌମ୍ୟଶ୍ରୀ ନିଜ ସଞ୍ଚିତ ପଇସାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । କରୋନା ପାର୍ଦୁଭାବକୁ ଦେଖି କୁନି ଝିଅଙ୍କ ମନରେ ଅର୍ଥ କରୋନା ପାଇଁ ଖର୍ଚ୍ଚ କରିବେ ବୋଲି ମନସ୍ଥ କରିଥିଲେ । ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କ ମାଧ୍ୟମରେ ଏହି ଟଙ୍କାକୁ ସେ ଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here