ଗତବର୍ଷ ମାର୍ଚ୍ଚରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ତା ପରେ ବିଭିନ୍ନ ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ତେବେ ଗତ ଚାରିମାସ ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷାକୃତ ହ୍ରାସ ପାଇଥିବା ବେଳେ ଏବେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ଗତବର୍ଷ ଭଳି ପୁଣି କରୋନା ଡରେଇବା ଆମ୍ଭ କଲାଣି । ଆଜି ରାଜ୍ୟରେ 146 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟିନରୁ 87 ଏବଂ ଲୋକାଲ କେସ୍ 59 ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ 35 ଚିହ୍ନଟ ହୋଇଛନ୍ତି । କଟକରୁ 25, ମୟୁରଭଞ୍ଜରୁ 13, ସୁନ୍ଦରଗଡ ଓ ନୂଆପଡାରୁ 12 ଜଣ ଲେଖାଁଏ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାରୁ 9, ବାଲେଶ୍ବର ଓ ଯାଜପୁରରୁ 4 ଜଣ ଲେଖାଁଏ ବାହାରିଥିବା ବେଳେ ଗଞ୍ଜାମରୁ 5 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ, ବରଗଡ ଓ ଜଗତସିଂହପୁରରୁ 3 ଜଣ ଲେଖାଁଏ ପଜିଟିଭ୍ ବାହାରିଛନ୍ତି । ପୁରୀ, ରାୟଗଡା ଓ କଳାହାଣ୍ଡିରୁ ଦୁଇଜଣ ଲେଖାଁଏ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡା, କେନ୍ଦ୍ରାପଡା, ସମ୍ବଲପୁରରୁ ଜଣେ ଲେଖାଏଁ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here