ଦେଶକୁ ମୁକ୍ତି କରିବା ଉଦ୍ଦେଶ୍ୟରେ କଠିନ ସଂଘର୍ଷ କରୁଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତୀକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି. ତେବେ ଏହି ମୂର୍ତ୍ତୀକୁ ମୋଦି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି. ଗୋଟିଏପଟେ ମୋଦି ଏହାକୁ ଉନ୍ମୋଚନ କରିଥିବା ବେଳେ ଅନ୍ୟପଟେ ଓଡିଶା ଖୋର୍ଦ୍ଧା ଜିଲ୍ଲାର ଜଣେ କଳାକାର ନିଜର କଳା ପ୍ରଦର୍ଶିତ କରାଇ ସର୍ଦ୍ଦାର ପଟେଲଙ୍କ ଅବିକଳ ପ୍ରତିଛବିକୁ ଏକ ଛୋଟ କାଚ ବୋତଲ ଭିତରେ ପ୍ରସ୍ତୁତ କରିଛନ୍ତି. ଯାହାର ଉଚ୍ଚତା ରହିଛି 3.5 ଇଞ୍ଚ୍. ଏହାକୁ ପ୍ରସ୍ତୁତ କରିବା ପାଇଁ ସେ 3 ଦିନ ସମୟ ନେଇଥିବା ପ୍ରକାଶ କରିଛନ୍ତି. 25 ବର୍ଷ ଧରି ଏହି କଳାକୁ ଆପଣେଇଥିବା ସେହି ଶିଳ୍ପୀ ଜଣକ ପଟେଲଙ୍କୁ ସମ୍ମାନ  ଦେବା ଉଦ୍ଦେଶ୍ୟରେ ଏହାକୁ କରିଥିବା କହିଛନ୍ତି.

 

LEAVE A REPLY

Please enter your comment!
Please enter your name here