ନିର୍ବାଚନ ଷଡଯନ୍ତ୍ର. କାଳିଆକୁ ରୋକିବାକୁ ଚକ୍ରାନ୍ତ. ନିର୍ବାଚନ ସମୟରେ କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବନି ଟଙ୍କା. କେନ୍ଦ୍ରରେ ସରକାରରେ ଥିବା ବିଜେପି ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏଭଳି ପାତର ଅନ୍ତର କରୁଥିବା ଅଭିଯୋଗ ଆଣିଛି ବିଜେଡି । ସୋମବାର ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କାଳିଆ ଯୋଜନାର ଆର୍ଥିକ ସହାୟତାକୁ ନିର୍ବାଚନ ଆଚରଣ ବିଧି ଲାଗିଥିବା ଆଳରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରୋକିଛନ୍ତି ବୋଲି କହିଛନ୍ତି । ଚାଷୀଙ୍କ ପାଖରେ ଟଙ୍କା ପହଞ୍ଚାଇବାକୁ ଦେଉନାହାନ୍ତି । ବିଜେପି ଚାପରେ କାଳିଆ ଯୋଜନାର ଟଙ୍କାକୁ ସେ ଅଟକାଉଛନ୍ତି । ଏପରି କରିବା ଦ୍ୱାରା କେନ୍ଦ୍ର ସରକାରଙ୍କ ବିଜେପିର ଚାଷୀ ମାରଣ ନୀତି ପଦାରେ ପଡ଼ୁଛି । ପିଏମ କିଷାନ ଯୋଜନା କାଳିଆ ଯୋଜନା ଯଥେଷ୍ଟ ସମୟ ପରେ ଆସିଥିଲା ବେଳେ କେନ୍ଦ୍ର ସରକାରଙ୍କ ଯୋଜନାକୁ ସ୍ୱୀକୃତି ଦିଆଯାଉଥିଲେ ହେଁ ରାଜ୍ୟ ସରକାରଙ୍କ ଯୋଜନାକୁ ଅଟକାଯାଉଛି । ଯାହାଦ୍ୱାରା ରାଜ୍ୟର ଅନେକ ଚାଷୀଙ୍କ ପାଖରେ ସହାୟତା ପହଞ୍ଚିପାରୁନି ବୋଲି ସସ୍ମିତ କହିଛନ୍ତି. ଭାରତୀୟ ଜନତା ପାର୍ଟି ତରଫରୁ ଚାଲିଥିବା ପିଏମ କିଷାନ ଯୋଜନାର ଆର୍ଥିକ ସହାୟତାକୁ ସ୍ୱୀକୃତି ଦେଉଛନ୍ତି ନିର୍ବାଚନ ଅଧିକାରୀ । ବିଜେପି ଚାପରେ ନିର୍ବାଚନ ଅଧିକାରୀ କାମ କରୁଥିବା ସସ୍ମିତପାତ୍ର କହିଛନ୍ତି । ବିଜେପିର ଚାପ ଯୋଗୁଁ ରାଜ୍ୟରେ ଲକ୍ଷ ଲକ୍ଷ ଚାଷୀ କାଳିଆ ଯୋଜନାର ଆର୍ଥିକ ସହାୟତା ପାଇବାରେ ବଂଚିତ ହେଉଛନ୍ତି । ଏପରି ପାତର ଅନ୍ତର ନୀତି ଦୁର୍ଭାଗ୍ୟ ଜନକ କହିବା ସହ ଏନେଇ ବିଜେଡି ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି ସସ୍ମିତ ପାତ୍ର ।

LEAVE A REPLY

Please enter your comment!
Please enter your name here