ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ବଡସାହିରେ ଏକ କୁକୁଡା ଫାର୍ମରେ ନିଆଁ ଲାଗିଯାଇଛି. ଯେଉଁଥିରେ ପ୍ରାୟ 200 କୁକୁଡା ପୋଡି ଯାଇଛନ୍ତି. ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ 1.30ରେ ଫାର୍ମରେ ଦୁଇ ଯୁବକ ଶୋଇଥିବା ସମୟରେ ହଠାତ ନିଆଁ ଲାଗିଯାଇଥିଲା. ଫଳରେ ନିଆଁରେ ଦୁଇ ଯୁବକ ପୋଡି ହୋଇଯାଇଥିଲେ. ନିଆଁ ଲାଗିଥିବା ଦେଖି ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ. ପରେ ଆମ୍ବୁଲାନ୍ସ ଯୋଗେ ଦୁହିଁଙ୍କୁ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା. ମାତ୍ର ଅଧା ବାଟରେ ଗୋକୁଳ ଚନ୍ଦ୍ର ଡୋରା, ଯିଏ ସୁପରଭାଇଜର ଭାବେ କାମ କରୁଥିଲେ ତାଙ୍କର ମୃତ୍ୟୁ ହୋଇଥିଲା. ଅନ୍ୟପଟେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଭାଗିରଥି ପରିଛା .ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଚନ୍ଦ୍ରପୁର ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here