ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ କେନ୍ଦୁଘାଟି ନିକଟରେ ଏକ କୁକୁଡା ବୋଝେଇ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି. ଫଳରେ ସେଥିରେ ଥିବା 900 କୁକୁଡା ମଧ୍ୟରୁ ପ୍ରାୟ 200 କୁକୁଡା ମରିଯାଇଛନ୍ତି. ସୂଚନା ଅନୁସାରେ, ଟ୍ରକଟି ବ୍ରହ୍ମପୁରରୁ ଗୁଣପୁର 900 କୁକୁଡା ନେଇ ଯାଉଥିଲା. ମାତ୍ର ସକାଳ ସମୟରେ କେନ୍ଦୁଘାଟିରେ ଟ୍ରକ ଚାଳକ ଗାଡିକୁ ନିୟନ୍ତ୍ରଣ କରି ନପାରି ଭାରସାମ୍ୟ ହରାଇ ବସିଥିଲେ. ଫଳରେ ଗାଡିଟି ଓଲଟି ପଡିଥିଲା ଓ ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା. ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି. ଅନ୍ୟପଟେ ସ୍ଥାନୀୟ ଲୋକେ କୁକୁଡା ମରିପଡିଥିବା ଦେଖି ସବୁ କୁକୁଡାକୁ ନିଜ ଘରକୁ ବୋହିବାକୁ ଲାଗିଥିଲେ.

LEAVE A REPLY

Please enter your comment!
Please enter your name here