କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ମହିମା ମିଶ୍ର । ଗତକାଲି ସୁପ୍ରିମକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଆତ୍ମସମର୍ପଣ କରିଛନ୍ତି ମହିମା । ପାରାଦୀପ ସିୱେଜ ସିପିଙ୍ଗ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡର ଜେନେରାଲ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସମ୍ପୃକ୍ତି ରହିଛି । ସେ ଆତ୍ମସମର୍ପଣ କରିବାପରେ ତାଙ୍କୁ ସମାଗୋଳ ଜେଲ ପଠାଇଦିଆଯାଇଥିବା ସୂଚନା ମିଳିଛି ।
୨୦୧୬ ଅକ୍ଟୋବର ମାସ ୨୬ ତାରିଖରେ ପାରାଦୀପ ମଧୁବନ ସ୍ଥିତ ଆମ୍ବେଦକର ଭବନ ନିକଟରେ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୨୦୧୬ ଡିସେମ୍ବର ମାସରେ ବ୍ୟାଙ୍କକକରୁ ମହିମାଙ୍କୁ ଗିରଫ କରିଥିଲା ପୋଲିସ । ତାପରେ ତାଙ୍କୁ ଓଡିଶା ହାଇକୋର୍ଟ ଜାମିନ ଦେଇଥିଲେ । ଅସୁସ୍ଥ ଦର୍ଶାଇ ଜାମିନ ଅବଧି ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here