ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଗିରଫ ହେଲେ ପୁଲିସ ଏସ୍ଆଇ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନାର ଏସ୍ଆଇ ରଣେନ୍ଦ୍ର କୁମାର ସାମଲଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଳି ଥାନା ଅନ୍ତର୍ଗତ ନିଆଳରେ ହୋଇଥିବା ଏକ ଗଣ୍ଡଗୋଳ କେସ୍ ର ରଫାଦଫା କରିବା ପାଇଁ ଏସ୍ଆଇ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫସିଯାଇଛନ୍ତି । ପୂର୍ବରୁ ସଂପୃକ୍ତ ଏସ୍ଆଇ ଜଣଙ୍କ ଲୋକଙ୍କ ପାଖରୁ ମୋଟା ଆକାରରେ ଲାଞ୍ଚ ନେବାର ଅଭିଯୋଗ ଆସିଥିଲା । ଏହା ପରେ ଭିଜିଲାନ୍ସ ଏସ୍ଆଇଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲା ।

LEAVE A REPLY

Please enter your comment!
Please enter your name here