ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ପିଚ୍ଛା ଛାଡୁନି । ପ୍ରକଳ୍ପ ନିର୍ମାଣ ପାଇଁ ମାଟି ଖୋଳାଯିବା ବେଳେ ଏମାର ମଠ ପରିସରରୁ ପୁରାତନ କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି ବାହାରିବା ପରେ ପୁଣି ବିବାଦ ଘନେଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ କରାଯିବା ପୂର୍ବରୁ କଣ ପାଇଁ ଜିପିଆରଏସ ସର୍ଭେ କରାଗଲା ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଯଦି ସର୍ଭେ କରାଯାଇଥାନ୍ତା, ତେବେ ମାଟି ତଳେ କଣ ରହିଛି, ତାହା ସ୍ପଷ୍ଟ ହୋଇଯାଇଥାନ୍ତା । ପ୍ରତ୍ନତତ୍ତ୍ବ ବିଭାଗର ବେପରଓ୍ବା ମନୋଭାବ ଯୋଗୁ ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ 20-30 ଫୁଟ ଖୋଳାଗଲା ଏବଂ ମାଟିତଳେ ରହିଥିବା ପ୍ରାଚୀନ କୀର୍ତ୍ତିରାଜିକୁ ଭାଙ୍ଗିରୁଜି ଦିଆଗଲା । ଅନ୍ୟପକ୍ଷରେ ପ୍ରକଳ୍ପକୁ ନେଇ ବିବାଦ ଦେଖାଦେଉଥିବାରୁ ସୁପ୍ରିମକୋର୍ଟରେ କ୍ୟାଭେଟ ଫାଇଲ କରିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here