ରାଜଧାନୀ ଭୁବନେଶ୍ୱରରୁ ପୁଣି ଧଳା ଜହର ଜବତ କରାଯାଇଛି. ଏହାକୁ ଅବକାରୀ ବିଭାଗ ଦ୍ୱାରା ଜବତ କରାଯାଇଥିବା ବେଳେ 385 ଗ୍ରାମ୍ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ 38 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି. ତେବେ ଚିନ୍ତାମଣିଶ୍ୱର ଓ ହଳଦୀପଡିଆ ବସ୍ତିରୁ ଏହାକୁ ଜବତ କରାଯାଇଛି ଏବଂ ଏଥିରେ ଦୁଇ ଜଣ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି. ତେବେ ପଚରାଉଚୁରା ସମୟରେ ସେମାନେ ଜଳେଶ୍ୱରରୁ ଆଣି ଏହାକୁ ବିକ୍ରି କରୁଥିବା ଜଣାପଡିଛି.

LEAVE A REPLY

Please enter your comment!
Please enter your name here