ଆଜି ହେଉଛି ବିଶ୍ୱ ହାତୀ ଦିବସ । ଦିନକୁ ଦିନ ଗଜରାଜଙ୍କୁ ନେଇ ମଣିଷ ଭୟବୀତ ହେଉଥିବା ବେଳେ ଏହାର ସମାଧାନ ଓ ଗଜରାଜଙ୍କ ସଚେତନା ସୃଷ୍ଟି ପାଇଁ ୨୦୧୨ ମସିହାରୁ ବିଶ୍ୱ ବ୍ୟାପି ହାତୀ ଦିବସ ପାଳିତ ହୋଇ ଆସୁଛି । ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦେଖିବାକୁ ମିଳୁଛି ପର୍ଯ୍ୟଟକଙ୍କ ଭିଡ । କେବଳ ଓଡିଶା ନୁହେଁ ବିଦେଶୀ ପର୍ଯ୍ୟଟକଙ୍କ ଭିଡ ବେଶି ଦୃଷ୍ଟି ଆକର୍ଷଣ କରିଛି । ଆଜି ନନ୍ଦନକାନନ ଛୁଟି ଥିଲେ ମଧ୍ୟ ହାତୀଙ୍କୁ ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ତରଫରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଯୋଜିତ ହୋଇଛି । ନନ୍ଦନକାନନରେ ଥିବା ହାତୀ ଗୋରୀ,କମଳା,ଜୁଲି ଓ ମାମାଙ୍କୁ ଉସ୍ôବ ସ୍ଥଳକୁ ଅଣାଯାଇଛି । ଏହା ସହିତ ହାତୀଙ୍କୁ ସୁସ୍ୱାଦୁ ଫଳମୂଳ ଖାଇବାକୁ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here