ଗାଁ ଲୋକଙ୍କୁ ଘାରିଛି ମାଓବାଦୀଙ୍କ ଭୟ । ଫଳରେ ସ୍ୱାଭିମାନ ଅଂଚଳର ୮୫ ପରିବାର ଭିଟାମାଟି ଛାଡିଛନ୍ତି । ଦୁଇ ଦିନ ହେଲାଣି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ଥିବା ସରକାରୀ ଫଳ ବଗିଚା ନିକଟରେ ରହୁଛନ୍ତି । ସେମାନଙ୍କ କହିବା ଅନୁସାରେ, ତାଙ୍କ ଉପରେ ସବୁ ବେଳେ ମାଓବାଦୀଙ୍କ ଚାପ ଓ ଭୟ ରହୁଛି । ଏହା ସେମାନଙ୍କ ଜୀବନକୁ କଷ୍ଟକର କରିଦେଉଛି । ତେଣୁ ସେମାନେ ନିଜ ଜୀବନ ଜିଇଁବା ପାଇ ଭିଟାମାଟି ଛାଡିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏମାନେ ସମସ୍ତେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯୋଡାମ୍ବ, ପନସପୁଟ୍, ଅଣ୍ଡରାପାଲି ଓ ନାକାମାମୁଡି ପଂଚାୟତ ବାସିନ୍ଦା । ଏବେ ଏମାନଙ୍କ ସହ ପ୍ରଶାସନ ଆଲୋଚନା କରି ପଦକ୍ଷେପ ନେବାକୁ ଦାବି ହେଉଛି ।
ସ୍ବାଭିମାନ ଅଞ୍ଚଳରେ ଚାଲିଛି ଶକ୍ତି ପ୍ରଦର୍ଶନ । ସୁରକ୍ଷା କର୍ମୀ ଏହି ଅଞ୍ଚଳକୁ ଘେରିବା ପରେ ପଛଘୁଞ୍ଚା ଦେଇଥିଲେ ନକ୍ସଲ । ତଥାପି ମଝିରେ ମଝିରେ ଆସି ନକ୍ସଲ ଏଠାରେ ଲୋକଙ୍କୁ ବଳପୂର୍ବକ ସମର୍ଥନ ଦେବାକୁ ଧମକାଉଛନ୍ତି । ଏପରିକି ଗାଁ ଛାଡ଼ି ବାହାରକୁ ଯିବା ପାଇଁ ନକ୍ସଲ ବାରଣ କରିଛନ୍ତି । ଏମିତିସ୍ଥିତିରେ ଆତଙ୍କର ବାତାବରଣ ମଧ୍ୟରେ ରହିଛନ୍ତି ଲୋକ । ଏମିତି ଆତଙ୍କିତ ଅବସ୍ଥାରେ ଆଉ ନ ରହିବାକୁ ନିଷ୍ପତ୍ତି ନେଇ ୭ଟି ପଞ୍ଚାୟତର ୮୫ ପରିବାର ଗ୍ରାମ ଛାଡ଼ିଛନ୍ତି । ଯଡ଼ାମ୍ବ ପଞ୍ଚାୟତର ତାରାବେଡ଼ା, ବିହନଗୁଡ଼ି, ପୁଡ଼ଖାଲ, ଦୋରାଗୁଡ଼ା, ପୂଜାରୀଗୁଡ଼ା, ଖଜୁରିଗୁଡ଼ା, ତାଡ଼ିଗୁଡ଼ା, ମାଟିଖାଲ, ଡୋଲିଆମ୍ବ, ଡାଲଗୁଡ଼ା, ପାଲସପଦର, ତାଡ଼ପଦର ଗ୍ରାମର ପ୍ରାୟ ୬୭ ପରିବାର ଗାଁ ଛାଡ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here