ମହାପ୍ରଭୁ ଜଗନ୍ନାଥ ଓ ମୋର ଓଡିଶାର ବାହାରେ ଥିବା ସମସ୍ତ ପ୍ରିୟଜନ ଓ ମୋର ଶୁଭକାଂକ୍ଷୀ, ଗୁରୁଜନଙ୍କର ଆର୍ଶୀବାଦ ନେଇ ମୁଁ ତାରିଖ,୦୮.୦୨.୨୦୧୪ରେ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲି । ଦୁର୍ଭାଗ୍ୟବଶତଃ ଚାରିକାନ୍ଥ ଭିତରେ ଥିବା ସ୍ୱାମୀ ସ୍ତ୍ରୀଙ୍କ କଥାକୁ ନେଇ ମିଥ୍ୟା ଆରୋପ ମୋ ସ୍ୱାମୀ ମୋ ଉପରେ ଲଗେଇଛନ୍ତି । ଯାହା ମୋତେ ଗଭୀର ଆଘାତ ଦେବା ସହିତ ମୋ ନାରୀତ୍ୱକୁ ଅସମ୍ମାନ କରିଛି ।
ସମସ୍ତଙ୍କ ଘରେ ଝଗଡା ଅଶାନ୍ତି ହୁଏ କିନ୍ତୁ ତା ମାନେ ନୁହେଁ ଜଣେ ତାକୁ ସମାଧାନ କରିବା ପରିବର୍ତ୍ତେ ସମାଧାନର ସବୁ ବାଟ ବନ୍ଦ କରିଦବ । ବାହାଘର ଭାଙ୍ଗିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୁଏନି । ମୁଁ ସାଢେ ଛଅ ବର୍ଷ ସବୁ ପ୍ରକାର କଷ୍ଟ ସହିଲା ପରେ ଯେତେବେଳେ ମୋ ବୈବାହିକ ଜୀବନ ଅସୁରକ୍ଷିତ ହୋଇଗଲା ସେତେବେଳେ ବାଧ୍ୟ ହୋଇ ମୋତେ ଆଇନର ଆଶ୍ରୟ ନେବାକୁ ପଡିଲା ।
ଏଇଟା ମୋର ଶାଶୁଘର । ମୁଁ ଏଠି ବାହା ହେଇ ଆସିଛି । ମୋ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏଠି ରହିବାର ସମ୍ପୂର୍ଣ୍ଣ ଅଧିକାର ମୋର ଅଛି । ମୁଁ ମୋ ସ୍ୱାମୀଙ୍କ ଦ୍ୱାରା ଘରୋଇ ହିଂସାର ଶିକାର ଏ ଘରେ ହୋଇଥିଲେ ମଧ୍ୟ ମୁଁ ଆଇନର ସାହାର୍ଯ୍ୟ ନେଇ ଏଇ ଘରେ ହିଁ ତାର ସମାଧାନ କରିବାକୁ ଚେଷ୍ଟା କରୁଛି ।
ମୁଁ ମୋ ମାଙ୍କ ପାଖକୁ ଫେରିଯିବାର କୌଣସି ଅବକାଶ ନାହିଁ । ମୋର ବାପା, ଭାଇ ନାହାଁନ୍ତି । ମୋର ମା ଅସୁସ୍ଥ, ବଡ ଭଉଣୀଙ୍କ ପାଖରେ ରହିକି ଚିକିତ୍ସିତ ହେଉଛନ୍ତି । ମୋର ଏହି ଅତନ୍ତ୍ୟ କଠିନ ସମୟରେ ମୋ ମାଙ୍କ ପାଖକୁ ଫେରିଯିବାର ମୋର କୌଣସି ବାଟ ନାହିଁ । ବର୍ତ୍ତମାନ ମୋ ମା ବହୁତ ମାନସିକ ଅଶାନ୍ତି ମଧ୍ୟ ଦେଇ ଗତି କରୁଛନ୍ତି । ମୁଁ ମାଙ୍କୁ ସେତିକି ଭଲପାଏ ଯେତିକି ଅନୁଭବ ତାଙ୍କ ବାପାଙ୍କୁ ଭଲ ପାଆନ୍ତି । ମୋ ଶ୍ୱଶୁରଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ଯଦିଓ ସେ ମୋତେ ଖରାପ ବ୍ୟବହାର କରି ଆସିଛନ୍ତି ଓ ସେ କଥାକୁ ମୁଁ ଅସ୍ୱିକାର କରିପାରିବି ନାହିଁ । ତଥାପି ତାଙ୍କୁ ମୁଁ ମୋର ପିତା ମାନିକି ତାଙ୍କ ପ୍ରତି ମୋର ଯାହା କର୍ତ୍ତବ୍ୟ ମୁଁ ସବୁବେଳେ କରି ଆସିଛି । ମୋ ଶ୍ୱଶୁରଙ୍କର ଅସୁସ୍ଥତା ସମୟରେ ମୋ ସ୍ୱାମୀ ବିନା ପାର୍ଲାମେଣ୍ଟସେସନରେ ମଧ୍ୟ ଦିଲ୍ଲୀରେ ଯାଇ ରହୁଥିଲେ । ମୁଁ କିନ୍ତୁ ଶ୍ୱଶୁରଙ୍କ ଅସୁସ୍ଥତା ସମୟରେ ମୋ ଶ୍ୱଶୁରଙ୍କ ପାଖରେ ଏହି ଘରେ ହିଁ ରହିଥିଲି ଓ ଆଜି ମଧ୍ୟ ଅଛି । ତାଙ୍କ ଶରୀରର ସୁସ୍ଥତା ପାଇଁ ସେତେବେଳେ ବି ପ୍ରାର୍ଥନା କରୁଥିଲି ଏବେ ବି ପ୍ରାର୍ଥନା କରୁଛି ।
ଅତୀତରେ ମୋତେ ମିଡିଆରେ ପ୍ରଶ୍ନ କରାଯାଇଥିଲା ଅନୁଭବଙ୍କର ଅନ୍ୟ ମହିଳାଙ୍କ ସହିତ ସମ୍ପର୍କକୁ ନେଇକି ତା ସହିତ ମୋ ପାରିବାରିକ ଜୀବନରେ କିଛି ଝଡ ଉଠିଛି କି ନାହିଁ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା, ଯାହାର ଉତ୍ତରରେ ମୁଁ ସବୁ କିଛି ବହୁତ ଭଲ ବୋଲି କହିଥିଲି । କାରଣ ମୁଁ ମିଡିଆ ଆଗରେ ଘରର ଗୁମର କଥା ପଦାରେ ପକେଇବାକୁ ଚାହୁଁନଥିଲି । ମୋ ଦୁଇ ପରିବାରର ମର୍ଯ୍ୟାଦା , ସମ୍ମାନ, ମୋର ଏବଂ ମୋ ସ୍ୱାମୀଙ୍କର ସାମାଜିକ ସମ୍ମାନ ଦୃଷ୍ଟିରୁ ମୁଁ ଚୁପ୍ ରହିଲି । ତା ଛଡା ଯେଉଁ କୋଟି କୋଟି ଦର୍ଶକ ଆମକୁ ଭଲ ପଇକି ଆର୍ଶୀବାଦ କରିଥିଲେ ତାଙ୍କ ବିଶ୍ୱାଶକୁ ଭାଙ୍ଗିବାକୁ ଚାହିଁନଥିଲି । ତେଣୁ ମୁଁ ନୀରବ ଥିଲି ।
ମୋ ସ୍ୱାମୀ ବର୍ତ୍ତମାନ ବାରମ୍ବାର ମିଡିଆକୁ କହୁଛନ୍ତି ଏହା ଆମର ବ୍ୟକ୍ତିଗତ ବ୍ୟାପାର ରାଜନୈତିକ ନୁହେଁ, ତା ହେଲେ ନିଜ ଏମପି ପ୍ୟାଡରେ ପ୍ରେସ ରିଲିଜ୍ କାହିଁକି କରିଛନ୍ତି?
ମୋ ସ୍ୱାମୀ ଯଦି ମୋତେ ଏତେ ସମ୍ମାନ ଦିଅନ୍ତି ଓ ମୋତେ ବହୁତ ଭଲ ପାଆନ୍ତି ତାହଲେ ଦୀର୍ଘ ୨ ମାସ ହେବ ମୋର ଦୁଇଟି ଯାକ ଫୋନ ନମ୍ବରକୁ କାହିଁକି ବ୍ଲକ କରିଛନ୍ତି? ମୋର ଜନ୍ମ ଦିନରେ ମୋତେ ଶୁଭେଚ୍ଛା କାହିଁକି ଜଣେଇ ନାହାଁନ୍ତି?
ନିଶା ଓ ଅନ୍ୟାନ୍ୟ ଦ୍ରବ୍ୟ ତାଙ୍କ ଶରୀର ପକ୍ଷେ ଭଲ ନୁହେଁ ତାର ବିରୋଧ କରିବାକୁ ମାଇ ମୁଁ ନିର୍ଯ୍ୟାତିତା ହୋଇଛି । ମୁଁ ତାଙ୍କୁ ସୁବବେଳେ ତାଙ୍କର ଡାଇବେଟିସ ପାଇଁ ସଚେତନ କରିଆସିଛି । ମୋ ସ୍ୱାମୀଙ୍କର ସୁସ୍ଥ ଜୀବନ ଓ ମଙ୍ଗଳ ପାଇଁ ମୁଁ ସବୁବେଳେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଆସିଛି ।
ଗୋଟେ ପରେ ଗୋଟେ ପରକ୍ରୀୟା ପ୍ରିତୀ ପାଇଁ ମୁଁ କଷ୍ଟ ପାଇ ଚାଲିଥିଲେ ମଧ୍ୟ ବାହାଘରକୁ ଭାଙ୍ଗି ଦେବାକୁ ମୁଁ କେବେବି ଚାହିଁନାହିଁ । ବରଂ ଘର ସଜାଡିବାର ଆତ୍ମବିଶ୍ୱାଶ ନେଇ ବଞ୍ଚିଛି ।
ମୁଁ ଅନୁଭବଙ୍କୁ ବାହା ହୋଇଛି । ବାହାଘର ଓ ମୋ ମଥାର ସିନ୍ଦୁର ମୋ ପାଇଁ ଖେଳ ନୁହେଁ । ମୁଁ ଜଣେ ସୁଗୃହିଣୀ ହିସାବରେ ମୋର ପ୍ରତ୍ୟକ ଦାୟିତ୍ୱ ଓ କର୍ତ୍ତବ୍ୟ କରିଆସିଛି ।
ଆଜି ପର୍ଯ୍ୟନ୍ତ ମୋ ସ୍ୱାମୀଙ୍କ ପ୍ରତି ମୁଁ ବିଶ୍ୱସ୍ତ ହୋଇ ରହିଛି ।
ମୋ ସ୍ୱାମୀ ଆଜି ଅବାଟକୁ ଚାଲିଯାଇଛନ୍ତି । ସବୁ ସହି ତାଙ୍କୁ ଫେରେଇ ଆଣିବାର ବିଶ୍ୱାସ ରଖିଛି । ଯେତେବେଳେ ମୋ ବାହାଘରକୁ ଭାଙ୍ଗିବା ପାଇଁ ମୋ ଉପରେ ଚାପ ପଡିଲା ଏବଂ ବାହାଘର ପୁରାପୁରି ଅସୁରକ୍ଷିତ ହୋଇଗଲା ସେତେବେଳେ ମୋତେ ଆଇନର ସାହାରା ନେବାକୁ ପଡିଲା । ମୁଁ ମୋ ସ୍ୱାମୀଙ୍କୁ ସବୁବେଳେ ଭଲ ପାଇଛି । ମୋର ଶେଷ ଜୀବନ ଯାଏ ମୁଁ ଅନୁଭବଙ୍କର ବିବାହିତା ପତ୍ନୀ ହୋଇ ରହିବାକୁ ଚାହେଁ । ଏତେ ସବୁ ପରେ ମଧ୍ୟ ମୁଁ ଛାପତ୍ର ଚାହେଁ ନାହିଁ ବରଂ ମୋ ସ୍ୱାମୀ ପରିବର୍ତ୍ତନ ହୋଇ ଠିକ ବାଟକୁ ପୁଣି ଥରେ ଫେରି ଆସିବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି ।
କିଛି ସମୟ ଆଗରୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ମୋ ସ୍ୱାମୀ ନିଜେ ପ୍ରମାଣିତ କରିଛନ୍ତି ମୁଁ କିପରି ମୋ ଶାଶୁଘର ଲୋକଙ୍କ ସହିତ ମିଶିକି ଚଳୁଛି । ଘରୋଇ ହିଂସା ସବୁଦିନ ଚବିଶଘଣ୍ଟା ହୋଇନଥାଏ । ବରଂ କିଛି କିଛି ଘଟଣାକୁ ନେଇକି ହୋଇଥାଏ । ଦରକାର ପଡିଲେ , ସେମିତି କିଛି ଘଟଣାର ପ୍ରମାଣ ମୁଁ କୋର୍ଟକୁ ଦେବି ?
ମୋ ବାହାଘରକୁ ବଞ୍ଚେଇବାକୁ ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରି ଚାଲିବି । ଏଥିପାଇଁ ଆପଣମାନଙ୍କର ସମସ୍ତଙ୍କର ଆର୍ଶୀବାଦ ମୋ ନିହାତି ଦରକାର ।
ଏମିତି ଏକ ଚିଠି ଲେଖି ସୋସିଆଲ ମିଡିଆରେ ସେଆର କରିଛନ୍ତି ବର୍ଷା ।

LEAVE A REPLY

Please enter your comment!
Please enter your name here