୩୦ ଜିଲ୍ଲାର ଗରିବ ମେଧାବୀ ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା କୋଚିଂ । ଏକାଦଶ ଶ୍ରେଣୀର ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ବିଦ୍ୟାର୍ଥୀଙ୍କୁ ଏହି ପ୍ରଶିକ୍ଷଣ ମିଳିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ(ନିଟ୍‌), ଆଇଆଇଟି, ଜେଇଇ(ଇଞ୍ଜିନିୟରିଂ) ଓ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପ୍ରବେଶିକା ପରୀକ୍ଷାରେ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଦିଆଯିବ । ଏଥିପାଇଁ ଆସନ୍ତା ୧୫ ତାରିଖରୁ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିପାରିବେ । unacadiy.com/scholarship/odisha-scholarship-test ରେ ଲଗଇନ୍ କରି ନାମ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇ ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରିବା ପରେ ପ୍ରଶିକ୍ଷଣ ପାଇଁ ମନୋନିତ କରାଯିବ । ଜାନୁଆରୀ ୧୫ ତାରିଖ ଦିନ ୧୧ଟାରେ ପରୀକ୍ଷା ହେବ । ଅଭିଭାବକଙ୍କର ବାର୍ଷିକ ୬ ଲକ୍ଷରୁ କମ୍ ରୋଜଗାର ଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ । +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପଢୁଥିବା ବିଦ୍ୟାର୍ଥୀଙ୍କୁ ସୁଯୋଗ ମିଳିବ । ୩୦ ଜିଲ୍ଲାରେ ୨୦୨୧-୨୨ ଶିକ୍ଷାବର୍ଷରେ ମୋଟ ୧ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ।

LEAVE A REPLY

Please enter your comment!
Please enter your name here