କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଥରେ ବିଶ୍ୱରେ ଆତଙ୍କ ଖେଳାଇଛି । ବର୍ତ୍ତମାନ ଓମିକ୍ରନ୍ ଅନ୍ୟ ଦେଶ ଅପେକ୍ଷା ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ନୂଆ ଭାରିଆଣ୍ଟରେ ୬୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଗାମୀ ସମୟରେ ସଂକ୍ରମଣ ବଢ଼ିପାରେ ବୋଲି କୁହାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକ୍ରନକୁ ଅଫ୍ କନସର୍ନ ଶ୍ରେଣୀଭୁକ୍ତ କରିସାରିଛି । ହେଲେ ବର୍ତ୍ତମାନ ବ୍ରିଟେନର ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନର ଫଳାଫଳ ଆସିଛି, ଯାହା ସମସ୍ତଙ୍କୁ ଭୟଭୀତ କରୁଛି । ଓମିକ୍ରନ୍ ଭୟ ଭିତରେ କଟକଣା ତଥା ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ନଗଲେ ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ବ୍ରିଟେନରେ ନୂଆ ଭାରିଆଣ୍ଟ ଯୋଗୁଁ ୨୫,୦୦୦ରୁ ୭୫୦୦୦ ମୃତ୍ୟୁ ହେବାର ଆଶାଙ୍କା ଥିବା ଅଧ୍ୟୟନରେ ଚେତାବନୀ ଦିଆଯାଇଛି । ଏହି ଅଧ୍ୟୟନ ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନ୍ ଏବଂ ଦକ୍ଷିଣ ଆଫ୍ରିକାର ଷ୍ଟେଲେନବୋଶ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା ମିଳିତ ଭାବେ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏହାର ଗମ୍ଭୀର ଲକ୍ଷଣ ସମ୍ପର୍କରେ କୌଣସି ସୂଚନା ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଅନୁସାରେ ଡେଲଟା ତୁଳନାରେ ଏହି ଭାରିଆଣ୍ଟର ଲକ୍ଷଣ ଗୁଡ଼ିକ ସାମାନ୍ୟ ଅଟେ । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଦେଶରେ ଏପର୍ଯ୍ୟନ୍ତ ୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here