ପୁରୀ ବେଳାଭୂମିରେ ସ୍ୱଚ୍ଛ ଭାରତ ଅଭିଯାନ | ୧୫୦ ତମ ଗାନ୍ଧୀଙ୍କ ଜନ୍ମ ବାର୍ଷିକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ ଅବସରରେ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ବିଦ୍ୟାଳୟ ଅଧକ୍ଷା ରିଙ୍କୁ ସଡଙ୍ଗୀଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ | ଏହି ସଫେଇ କାର୍ଯ୍ୟ ପୁରୀ ଦିଗବାରେଣୀ ଖୁଣ୍ଟି ବେଳାଭୁମି ଠାରୁ ଆରମ୍ଭ ହୋଇ ପାନ୍ଥନିବାସ ସ୍ଥିତ ପର୍ଯ୍ୟନ୍ତ ସକାଳ ସାଢେ ଛ’ ଟାରୁ ସାଢେ ୮ ଟା ମଧ୍ୟରେ ସମ୍ପର୍ଣ୍ଣ ହୋଇଥିଲା | ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସହଯୋଗର ହାତ ବଢାଇଥିଲେ ପୁରୀ ମ୍ୟୁନିସପାଲିଟିର କିଛି ସଦସ୍ୟ |

LEAVE A REPLY

Please enter your comment!
Please enter your name here