ଭିନ୍ନକ୍ଷମଙ୍କୁ ଲୋଭ ଦେଖାଇ ରାତି କାଟିବାକୁ ବାଧ୍ୟ କରୁଥିଲା ମହିଳା ପ୍ରଶିକ୍ଷକ ମଧୁ ମଞ୍ଜରୀ ଧଳ । ତାଲିମ କେନ୍ଦ୍ରକୁ ଆସୁଥିବା ଭିନ୍ନକ୍ଷମ ଯୁବତୀ ମାନଙ୍କୁ ବଳ ପୂର୍ବକ ସଂସ୍ଥାର ସଂପାଦକଙ୍କ ସହ ରାତି ବିତାଇବାକୁ ବାଧ୍ୟ କରୁଥିଲା । ରାଜି ନହେଲେ ଦେଉଥିଲା ନିର୍ଯ୍ୟାତନା । ଗତ ଚାରିଦିନ ତଳେ ପୀଡିତା ଭୁବେନଶ୍ବର ଏୟାରପୋର୍ଟ ଥାନାରେ ଅଭିଯୋଗ କରିବା ପରେ ମଧୁମଞ୍ଜରୀଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଥିଲା । ପୂର୍ବରୁ ସଂସ୍ଥାର ସଂପାଦକ ଭିନ୍ନକ୍ଷମ ତାଲିମ କେନ୍ଦ୍ର ପରିସରରେ ସରକାରୀ ଅଫିରସମାନଙ୍କୁ କର୍ଲଗାଲ ଯୋଗାଇ ଖୁସି କରୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । କର୍ଲଗାଲ ନ ମିଳିଲେ ତାଲିମ ନେଉଥିବା ଭିନ୍ନକ୍ଷମ ଯୁବତୀମାନଙ୍କୁ ରାତି ବିତାଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ୫ ହଜାର ଟଙ୍କାର ଲୋଭ ଦେଖାଇଥିଲା ମଧୂ ମଞ୍ଜରୀ ଏବଂ ସୁରେଶ ବେହେରା । ଏପରି କାର୍ଯ୍ୟରେ ଯଦି ଭିନ୍ନକ୍ଷମ ଯୁବତୀ ଅରାଜି ହୁଅନ୍ତି, ତେବେ ସେମାନଙ୍କୁ ମାଡ ମାରିବା ସହ ରାତାରାତି ବିଦା କରାଯାଉଥିଲା। ଏନେଇ ପୀଡିତାମାନେ ଥାନାର ଦ୍ବାରସ୍ଥ ହୋଇଥିଲେ। ଗତ ନଭେମ୍ବର ମାସରୁ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଫେରାର ଥିବାବେଳେ ଆଜି ମଧୁ ମଞ୍ଜରୀ ଧଳକୁ ଗିରଫ କରିଛି ପୋଲିସ । । ଦୁଇ ମାସ ତଳୁ ଅଭିଯୋଗ ହୋଇଥିଲେବି ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାକୁ ଏପର୍ଯ୍ୟନ୍ତ ଧରିପାରିନି ପୋଲିସ । ।

LEAVE A REPLY

Please enter your comment!
Please enter your name here