ଟ୍ୱିନ୍ ସିଟିର ପୋଲିସ କମିଶନର ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । କ୍ରାଇମବ୍ରାଞ୍ଚର ଏଡିଜେ ଥିବା ୧୯୯୫ ବ୍ୟାଚର ଏହି ଆଇପିଏସ ଅଫିସରଙ୍କୁ ରାଜ୍ୟ ସରକାର ଗତକାଲି କଟକ-ଭୁବନେଶ୍ୱର କମିଶନରେଟ ପୋଲିସର ନୂଆ କମିଶନର ଭାବେ ନିଯୁକ୍ତ କରିଛନ୍ତି । ସରକାର ଏତେବଡ ବିଶ୍ୱାସ ରଖି ମୋତେ ଦାୟିତ୍ୱ ଦେଇଛନ୍ତି । ଦାୟିତ୍ୱ ସଂପାଦନ ପାଇଁ ଆପ୍ରାଣ ଉଦ୍ୟମ କରିବି । ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ନିଯୁକ୍ତ ହେବାପରେ ସୌମେନ୍ଦ୍ର ପ୍ରିୟଦର୍ଶୀ ଏହା କହିଛନ୍ତି ।

LEAVE A REPLY

Please enter your comment!
Please enter your name here