ନାରୀ ଅବଳା କି ଦୁର୍ବଳା ନୁହେଁ । କିଏ କହିଲା ନାରୀ ଅସହାୟ। ସେ ଚାହିଁଲେ ଦେଶ ସୁରକ୍ଷାର ମଙ୍ଗ ବି ଧରିପାରେ। ପୁଣି ଦେଶ ପାଇଁ ଜୀବନ ବି ଦେଇପାରେ। ଆଉ ନିଜର ସୁରକ୍ଷା ପାଇଁ ଜୀବନକୁ ବାଜ ବି ଲଗାଇପାରେ। ନାରୀ ସ୍ୱାଧୀନତା ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଏମିତି କିଛି ସନ୍ଦେଶକୁ ନେଇ ଗୀତ ଗୀତରେ ସଜେଇଛନ୍ତି ଗଜପତି ଏସପି। ଜଣେ ପ୍ରଫେସନାଲ ସିଙ୍ଗର ନହୋଇ ମଧ୍ୟ ଅତି ଚମତ୍କାର ଢଙ୍ଗରେ ଏମିତି ଏକ ଗୀତକୁ ସେ ଉପସ୍ଥାପନ କରିଛନ୍ତି। ଗୀତଟି ହେଉଛି ‘ଆମେ ସି ଟିମ୍‌’। ଷ୍ଟୁଡିଓରେ ପ୍ରଫେସନାଲ୍ ସିଙ୍ଗର ଭଳି ସେ ଗୀତ ରେକର୍ଡ କରିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ଗଜପତି ଏସ୍‌ପି ଏହି ନିଆରା ପଦକ୍ଷେପ ନେଇଛନ୍ତି । ଗୀତରେ ମହିଳା ସୁରକ୍ଷା ବାର୍ତ୍ତା ଏସ୍‌ପି ଦେଇଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଏହି ଟିମ୍ ମହିଳାଙ୍କ ସୁରକ୍ଷାକୁ ନେଇ ତଦାରଖ କରିବ। ଏହି ଟିମ୍‌ର ଉଦ୍ଦେଶ୍ୟକୁ ନେଇ ଏସପି ସାରା କହିଛନ୍ତି ଯେ, ଗଜପିତିରେ ଅନେକ ଯୁବତୀଙ୍କ ସହ ମିଶିବା ପରେ ଉକ୍ତ ଜିଲ୍ଲାରେ ଅଧିକ ଅସଦାଚରଣ ହେଉଥିବା ସେ ଜାଣିବାକୁ ପାଇଥିଲେ। ରାତିରେ ମହିଳାମାନେ ଯିବାକୁ ଭୟ କରୁଛନ୍ତି। ମୁଁ ଭାବିଲି ଏତେ ପୁଲିସ ଥାଇ ମଧ୍ୟ ଝିଅମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ତେଣୁ ନାରୀ ସୁରକ୍ଷା ପାଇଁ ଏମିତି ଏକ ଟିମ୍‌ ଗଠନ ପାଇଁ ଇଚ୍ଛା ଥିଲା। ହେଲେ ତା’ ପୂର୍ବରୁ ଏବାବଦରେ କିଛିଟା ସଚେତନତା କରିବା ପାଇଁ ମଧ୍ୟ ମନରେ ଇଚ୍ଛା ଥିଲା। ଏହି ଉଦ୍ଦେଶ୍ୟ ନେଇ ଏଭଳି ଏକ ଗୀତ କମ୍ପୋଜିସନ କରଯାଇଛି ବୋଲି ଏସପି କହିଛନ୍ତି।

LEAVE A REPLY

Please enter your comment!
Please enter your name here