ନିର୍ବାଚନ କ୍ଷେତ୍ରରେ କିନ୍ନର ମାନଙ୍କୁ ମିଳୁ ରିଜର୍ଭେସନ । ଏନେଇ ଓଡିଶା କିନ୍ନର ମହାସଂଘର ମୁଖ୍ୟ ମୀରା ପରିଡା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କୁ  ଦାବୀପତ୍ର ଦେଇଛନ୍ତି । କିନ୍ନରମାନେ ସମାଜରେ ଅବହେଳିତ ଅବସ୍ଥାରେ ନିଜ ଅଧିକାର ପାଇଁ ଲଢେଇ କରି ଆସୁଥିଲେ । ମାନ୍ୟବର ସୁପ୍ରିମକୋର୍ଟ ୨୦୧୪ରେ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେବାପରେ ସମାଜରେ କିନ୍ନରମାନଙ୍କ ଅବସ୍ଥାରେ ଉନ୍ନତି ଆସିଥିଲା । କିନ୍ତୁ ବର୍ତମାନ ମଧ୍ୟ ସମାଜରେ ସବୁୂ କ୍ଷେତ୍ରରେ ସମାନ ସୁବିଧା ମିଳିପାରିନାହିଁ । କିନ୍ନର ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ରିଜର୍ଭେସନର ସୁବିଧା ଦେଲେ ସମାଜରେ ଆମ ମାନଙ୍କ ଜୀବନଶୈଳୀରେ ଉନ୍ନତି ଆସିପାରିବ ଏବଂ କିନ୍ନରମାନେ ସମାଜରେ ଏକ ସୁଖଦ ଜୀବନଯାପନ କରିପାରିବ ବୋଲି ମୀରା କହିଛନ୍ତି । କିନ୍ନର ମାନଙ୍କୁ ଶିକ୍ଷା , ଚାକିରୀ ଓ ନିର୍ବାଚନ ଭଳି କ୍ଷେତ୍ରରେ ୫ ପ୍ରତିଶନ ରିଜର୍ଭେସନ ମିଳୁ ବୋଲି ମୀରା ରାଜ୍ୟପାଳଙ୍କୁ ଦାବୀ ଜଣାଇଛନ୍ତି । ନିର୍ବାଚନ କ୍ଷେତ୍ରରେ କିନ୍ନର ମାନଙ୍କୁ ରିଜର୍ଭେସନ ମିଳିଲେ ଏବଂ କେହି କିନ୍ନର ବିଧାନସଭାରେ ଲୋକମାନଙ୍କ ଜନ ପ୍ରତିନିଧି ଭାବରେ ଯୋଗଦେଲେ ସମାଜରେ ଲୋକମାନଙ୍କର କିନ୍ନର ମାନଙ୍କପ୍ରତି ଥିବା ଭାବନା ଦୂର ହେବ ବୋଲି ମୀରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here